Odisha Link
Bridging the Missing Links in Odisha

ବିଧାନସଭାର ଶୀତ ଅଧିବେଶନ; ଗୃହକୁ ମୁଲତବି ରଖିଲେ ବାଚସ୍ପତି

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ। ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେଉଛି ଶେଷ ଶୀତ ଅଧିବେଶନ। ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଗୃହରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ। ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକରେ ଶୋକ ପ୍ରସ୍ତାବ ଆଗତ କରାଯାଇଛି। ଅନ୍ୟ ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ମଧ୍ୟ ଶୋକ ପ୍ରସ୍ତାବ ଆଗତ ହୋଇଛି। ତେବେ ଆସନ୍ତାକାଲି ଯାଏ ଗୃହକୁ ମୁଲତବି ରଖିଲେ ବାଚସ୍ପତି। ଦିବଙ୍ଗତ ସଦସ୍ୟ ଓ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ପରେ ଗୃହ ମୁଲତବି ରଖାଯାଇଛି।

ସୂଚନା ଅନୁସାରେ, ନଭେମ୍ବର ୨୧ ତାରିଖରୁ ଶୀତ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଏହା ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ଏନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଥିଲା। ଏହା ସହ ଉପବାଚସ୍ପତି ନିର୍ବାଚନ ନେଇ କାଲି ନାମାଙ୍କନ ଦାଖଲ କରିଥିଲେ ସାଲୁଗା ପ୍ରଧାନ। ଜି. ଉଦୟଗିରିର ବିଧାୟକ ଭାବେ ସାଲୁଗା ପ୍ରଧାନ କାର୍ଯ୍ୟରତ ଅଛନ୍ତି।

ତେବେ ବର୍ତ୍ତମାନ ବିଧାନସଭାର ଉପବାଚସ୍ପତି ହେଲେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ। ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ। ୨୦୦୦ରୁ ୨୦୦୪ ଓ ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ସାଲୁଗା। ବିଧାନସଭାର ମଧ୍ୟ ଅଭିଜ୍ଞତା ରହିଛି। ଚଳିତ ମାସ ୪ ତାରିଖରେ ହିଁ ସାଲୁଗାଙ୍କୁ ଦଳ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତ କରିଥିଲା। ବର୍ତ୍ତମାନ ପୁଣି ସେ ଉପବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି।

Leave A Reply

Your email address will not be published.