Odisha Link
Bridging the Missing Links in Odisha

କଳିଙ୍ଗ ଷ୍ଟାଡିୟମରେ ଫୁଟବଲ କ୍ରେଜ୍; ଆଜି ଭାରତକୁ ଭେଟିବ କତାର

ଓଏଲ୍‌ ବ୍ୟୁରୋ: କ୍ରୀଡ଼ା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଅବଦାନ ପରେ ଓଡ଼ିଶା ହକି ଦଳର ପ୍ରଯୋଜକ ହୋଇଥିଲା। ତେବେ ହକିର କ୍ରେଜ୍ ପରେ ଆଜି ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ୨୦୨୬ ଫିଫା ବିଶ୍ବକପ ପାଇଁ କ୍ବାଲିଫାୟର ମ୍ୟାଚ। ଶକ୍ତିଶାଳୀ କାତାର ବିରୋଧରେ ଭାରତ ମ୍ୟାଚ ଖେଳିବ। ଫ୍ଲଡ ଲାଇଟରେ ଏହି ମ୍ୟାଚ ଖେଳାଯିବ। ଭାରତ କେବେ ବି ବିଶ୍ୱକପ ମ୍ୟାଚ ଖେଳି ନଥିବା ବେଳେ, ୨୦୨୬ ଖେଳିବାକୁ ଲକ୍ଷ୍ୟ ରଖିଛି। ରାଉଣ୍ତ ୨ରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିବା ପରେ ତୃତୀୟ ରାଉଣ୍ତରେ ପହଞ୍ଚିବାକୁ ପଡ଼ିବ। ଏଥିରେ ସଫଳ ହେବା ପରେ ହିଁ ଭାରତ ବିଶ୍ୱକପ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରି ପାରିବ।

ସୂଚନା ଅନୁସାରେ, ରାଉଣ୍ତ ୨ରେ ଭାରତର ପ୍ରଦର୍ଶନ ଭଲ ରହିଥିବାବେଳେ ପ୍ରଥମ ମ୍ୟାଚରେ ଏହା କୁଏତକୁ ହରାଇ ଦେଇଛି। ଆଜି ଦ୍ୱିତୀୟ ମ୍ୟାଚରେ କତାର ସହ ମୁକାବିଲା ଅଛି। ଆଜିର ମ୍ୟାଚ ଜିତି ଭାରତ ବିଜୟ ଧାରା ବଜାୟ ରଖିବାକୁ ଚାହିଁବ। କିନ୍ତୁ ବିଶ୍ୱମାନ୍ୟତାରେ କତାର ଭାରତଠାରୁ ବହୁ ଆଗରେ ରହିଛି। ଅନ୍ୟପଟେ ପ୍ରଥମ ଥର ପାଇଁ ଫୁଟବଲ ମ୍ୟାଚ ପାଇଁ ଦର୍ଶକଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଛି।

Leave A Reply

Your email address will not be published.