ପାରାଦୀପରେ ଉଦଘାଟିତ ହେଲା କଳିଙ୍ଗ ବାଲିଯାତ୍ରା; ବୋଇତ ବନ୍ଦାଣରେ ଯୋଗଦେଲେ ରାଷ୍ଟ୍ରପତି
ଓଏଲ୍ ବ୍ୟୁରୋ: ଓଡ଼ିଶା ଗସ୍ତରେ ମହାମହିମ। ଓଡ଼ିଶା ଗସ୍ତରେ ଆସି ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ପାରାଦୀପ ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗଦେଲେ। ଏହା ସହ ପାରାଦୀପ ବିଜୁ ମୈଦାନରେ କଳିଙ୍ଗ ବାଲିଯାତ୍ରା ଉଦଘାଟିତ ହୋଇଛି। ଆଜି ସକାଳ ସାଢେ ୮ ଟାରେ ତାଙ୍କ କାରକେଟ ରାଜଭବନରୁ ବାହାରି ଭୁବନେଶ୍ୱର ବିମାନ ବନ୍ଦର ଯାଇଥିଲେ। ସେଠାରୁ ବାୟୁନୋର ସ୍ୱତନ୍ତ୍ର ବିମାନରେ ପାରାଦୀପ ଗସ୍ତ କରିଥିଲେ। ଏଥିପାଇଁ ମୋଟ ୩ଟି ହେଲିକ୍ୟାପ୍ଟର ବ୍ୟବସ୍ଥା କରାଯାଇଥିଲା।
ସୂଚନା ଅନୁସାରେ, ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ରାଜଭବନରେ ପହଂଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା। ତେବେ ନିର୍ଦ୍ଧାରିତ ସମୟର ୨୦ ମିନିଟ ପୂର୍ବରୁ ରାଷ୍ଟ୍ରପତିଙ୍କ ବିମାନ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଥିଲା। ବାୟୁସେନାର ସ୍ୱତନ୍ତ୍ର ବିମାନରେ ମହାମହିମ ପହଂଚିଥିଲେ। ଏହାପରେ ଏ କଡା ସୁରକ୍ଷା ବଳୟରେ ରାଷ୍ଟ୍ରପତି ରାଜଭବନରେ ପହଂଚିଥିଲେ। ଆସନ୍ତାକାଲି ସକାଳେ ବାୟୁସେନାର ସ୍ୱତନ୍ତ୍ର ହେଲିକ୍ୟାପ୍ଟରରେ ପାରାଦୀପ ଯିବା କାର୍ଯ୍ୟକ୍ରମ ରହିଛି।