Odisha Link
Bridging the Missing Links in Odisha

ଆଜି କାର୍ତ୍ତିକ ମାସର ଶେଷ ଦିନ; ବାଲୁକା ଶିଳ୍ପୀଙ୍କ ବାଲୁକା କଳାରେ ଧାର୍ମିକ ଚେତନା

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏଥିପାଇଁ ବିଭିନ୍ନ ମନ୍ଦିରରେ ଲାଗିଛି ପ୍ରବଳ ଭିଡ଼। ତେବେ ଆଜି କାର୍ତ୍ତିକ ମାସର ଶେଷ ଦିନରେ ବାଲୁକା ଶିଳ୍ପୀଙ୍କ ବାଲୁକା କଳାରେ ଧାର୍ମିକ ଚେତନା ଦେଖିବାକୁ ମିଳିଛି। ବାଲୁକା କଳାରେ ଅଙ୍କା ଯାଇଥିବା ଡ଼ଙ୍ଗାରେ ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ଦେଖିବାକୁ ମିଳିଛି।

ଅନ୍ୟପଟେ, ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ଲକ୍ଷାଧିକ ଶ୍ରମିକଙ୍କ ଭିଡ଼ ଜମିଛି। ପ୍ରବଳ ଭିଡ ଯୋଗୁ ସାରା ରାତି ମହାପ୍ରଭୁଙ୍କ ଦର୍ଶନ ଚାଲିଥିଲା। ପଞ୍ଚୁୁକ ତଥା ପୂର୍ଣ୍ଣମୀ ପାଇଁ ରାତିସାରା ଜଗା ଦର୍ଶନର ବ୍ୟବସ୍ଥା କରାଯାଇଥିଲା। ତେବେ ଆଜି ସୁନାବେଶ ବା ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନିକ ସ୍ତରରେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି।

ସୋମବାର ଭୋରରୁ ମହୋଦଧିରେ ଡଙ୍ଗା ଭସାଣ ହୋଇଛି। ଏଥିସହ ରାଇ-ଦାମୋଦର ବ୍ରତର ସାମାପନ ହୋଇଛି। ରତ୍ନବେଦୀରେ ମହାପ୍ରଭୁଙ୍କର ହେବ ରାଜରାଜେଶ୍ୱର (ସୁନାବେଶ)। ମହଣ ମହଣ ସୁନାରେ ଆଭୂଷିତ ହେବେ ଶ୍ରୀଜୀଉ। ଅବକାଶ ନୀତି ପରେ ମହାପ୍ରଭୁଙ୍କୁ ଏହି ଦୁର୍ଲଭ ବେଶ କରାଯିବ।

ମାର୍କେଟ ଛକଠାରୁ ଶ୍ରୀମନ୍ଦିର ଯାଏଁ ନୋ ଭେଇକଲ୍ ଜୋନ୍ ଘୋଷଣା କରାଯାଇଛି। ହଜାର ହଜାର ହବିଷ୍ୟାଳି ପୁରୀରେ ଡେରା ପକାଇଛନ୍ତି। ଆଜି ମହାପ୍ରଭୁଙ୍କ ସୁନା ବେଶ ଦର୍ଶନ କରି ବ୍ରତ ଉଦଯାପନ କରିବେ ହବିଷ୍ୟାଳି। ବ୍ରତ ପାଳନକାରି ଆଜି ପୁଷ୍କରିଣି ଓ ମହୋଦଧିରେ ଡଙ୍ଗା ଭସାଇବା ପରେ ବ୍ରତ ଭାଙ୍ଗିବେ। ଆଜି ପୁରୀରେ ଆହୁରି ଅଧିକ ଭିଡ ଦେଖିବାକୁ ମିଳିଛି। ହଜାର ହଜାର ଶ୍ରଦ୍ଧାଳୁ ଡଙ୍ଗା ଭସାଉଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.