Odisha Link
Bridging the Missing Links in Odisha

ଆଗକୁ ସାଧାରଣ ନିର୍ବାଚନ: ବିଜେଡିରେ ଯୋଗଦେଲେ ଭି.କେ ପାଣ୍ଡିଆନ୍

ଓଏଲ୍‌ ବ୍ୟୁରୋ: ଆଗକୁ ସାଧାରଣ ନିର୍ବାଚନ। ରାଜନୀତିରେ ପାଦ ଥାପିଛନ୍ତି ଲୋକପ୍ରିୟ ପୂର୍ବତନ ଆଇଏଏସ ଅଫିସର ତଥା ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ଆଜି ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ୫-ଟି ଅଧ୍ୟକ୍ଷ। ମୁଖ୍ୟମନ୍ତ୍ରୀ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ପୂର୍ବତନ ସଚିବଙ୍କୁ ଦଳରେ ସାମିଲ କରିଛନ୍ତି। ବରିଷ୍ଠ ବିଜେଡି ନେତାମାନଙ୍କ ବୈଠକ ପରେ ଭି.କେ ପାଣ୍ଡିଆନ ସାମିଲ ହୋଇଛନ୍ତି। ବିଜେଡିର ବରିଷ୍ଠ ନେତା ଓ ମନ୍ତ୍ରୀଙ୍କ ଉପସ୍ଥିତିରେ ପାଣ୍ଡିଆନଙ୍କୁ ବିଜେଡିରେ ଗ୍ରହଣ କରାଯାଇଥିଲା। ନିର୍ବାଚନ ପାଖେଇ ଆସୁଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଘୋଷଣା କରିଛନ୍ତି। ନବୀନ ଓଡିଶାର ଅଧକ୍ଷ ଭି.କେ ପାଣ୍ଡିଆନ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି।

ସୂଚନାଥାଉକି, ପାଣ୍ଡିଆନ ଅକ୍ଟୋବରରେ ସରକାରୀ ଚାକିରିରୁ ଅବସର ନେବା ପାଇଁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ଆବେଦନ କରିଥିଲେ। ଭିକେ ପାଣ୍ଡିଆନ୍ ଗତ ମହାନବମୀ ଦିନ ଆଇଏଏସ୍‌ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ପରଦିନ ଅର୍ଥାତ୍‌ ବିଜୟା ଦଶମୀ ଦିନ ତାଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ ପାହ୍ୟାରେ ୫ ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ବର୍ତ୍ତମାନ ଭି.କେ ପାଣ୍ଡିଆନ୍ ବିଜେଡିରେ ସାମିଲ ହେବାପରେ ଦଳର ବରିଷ୍ଠ ନେତାମାନେ ତାଙ୍କୁ ସ୍ବାଗତ କରିଛନ୍ତି।

Leave A Reply

Your email address will not be published.