Odisha Link
Bridging the Missing Links in Odisha

ମହାନଦୀ ଜଳ ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ! ମାମଲାକୁ ନେଇ ଟ୍ରିବ୍ୟୁନାଲଙ୍କ ସାକ୍ଷ୍ୟ ଗ୍ରହଣ

ଓଏଲ୍‌ ବ୍ୟୁରୋ: ମହାନଦୀ ଜଳକୁ ନେଇ ଲାଗି ରହିଛି ବିବାଦ। ଛତିଶଗଡ ଓ ଓଡ଼ିଶା ଗସ୍ତରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ ଯାଇଥିଲେ। ମେ ୨୦ରୁ ମହାନଦୀ ଜଳର ସ୍ତିତି ଅନୁଧ୍ୟାନ ପାଇଁ ଓଡିଶା ଆସିଥିଲେ ମହାନଦୀ ଟ୍ରିବ୍ୟୁନାଲ ଟିମ୍। ତେବେ ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ଓଡ଼ିଶା ପକ୍ଷରୁ ୯ ଓ ଛତିଶଗଡ଼ରୁ ୧୦ ଜଣଙ୍କ ସାକ୍ଷ୍ୟ ତାଲିକା ପ୍ରସ୍ତୁତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ପକ୍ଷରୁ ମନୋଜ ପଣ୍ଡାଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ମହାନଦୀ ଜଳ ବିବାଦର ସମାଧାନ ନେଇ ଗଠନ କରାଯାଇଥିବା ଟ୍ରିବ୍ୟୁନାଲ୍‌‌ ଶୀଘ୍ର ମାମଲାର ବିଚାର ଆରମ୍ଭ ଲାଗି ତତ୍ପରତା ଦେଖାଇଲେଣି।

ଉଲ୍ଲେଖଯୋଗ୍ୟ, ୨୦୨୨ ଜାନୁଆରି ୧୫ ତାରିଖରେ ରାଜ୍ୟ ସରକାର ଟ୍ରିବ୍ୟୁନାଲ୍‌ଙ୍କ ନିକଟରେ ୧୦ ଜଣିଆ ସାକ୍ଷୀ ତାଲିକା ଦାଖଲ କରିଥିଲେ। ସେହିଭଳି ଫେବ୍ରୁଆରି ୧୧, ୨୦୨୨ରେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ୭ ଜଣିଆ ସାକ୍ଷୀ ତାଲିକା ଦାଖଲ କରାଯାଇଥିଲା। ହେଲେ ଗତମାସ ୧୬ ତାରିଖର ଶୁଣାଣିରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌‌ ପକ୍ଷଭୁକ୍ତ ରାଜ୍ୟମାନଙ୍କୁ ସାନି ସାକ୍ଷୀ ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ ଦେବା ପରେ ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ ନୂଆ ସାକ୍ଷୀ ତାଲିକା ଦାଖଲ କରାଯାଇଛି। ତେବେ ଲାଗିରହିଥିବା ଏହି ବିବାଦ ଉପରେ ଖୁବଶୀଘ୍ର ପୂର୍ଣ୍ଣଛେଦ ପଡିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.