Odisha Link
Bridging the Missing Links in Odisha

ବିଜେଡି, ବିଜେପି ଓ ବିଆରଏସ୍‌ ଛାଡିବା ପରେ ୨ରେ ହାତ ଧରିବେ ଜୟରାମ ପାଙ୍ଗି

ଓଏଲ୍‌ ବ୍ୟୁରୋ: କଂଗ୍ରେସରେ ଯୋଗ ଦେବେ ଆଦିବାସୀ ନେତା ଜୟରାମ ପାଙ୍ଗି। ଡିସେମ୍ବର ୨ ତାରିଖରେ ହେବାକୁ ଥିବା ମିଶ୍ରଣ ପର୍ବରେ ଜୟରାମ ପାଙ୍ଗି ଓ ତାଙ୍କ ସମର୍ଥକ କଂଗ୍ରେସରେ ବିଧିବଦ୍ଧ ଭାବେ ଯୋଗ ଦେବେ। ଏନେଇ ଖୋଦ୍‌ ସୂଚନା ଦେଇଛନ୍ତି ଜୟରାମ ପାଙ୍ଗି। ସବୁଠୁ ବଡ଼କଥା ହେଲା କିଛି ଦିନ ତଳେ ଜୟରାମ ପାଙ୍ଗି ବିଜେପି ଛାଡି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ବିଆରଏସ ଦଳରେ ମିଶିଥିଲେ। ହେଲେ ଏବେ କଂଗ୍ରେସରେ ମିଶିବେ ବୋଲି କହିଛନ୍ତି।

ଜନତା ଦଳରୁ ପାଙ୍ଗି ରାଜନୈତିକ ଜୀବନ ଆରମ୍ଭ କରିଥିବା ଶ୍ରୀ ପାଙ୍ଗୀ ବିଜେଡିରେ ୨୦୧୭ ମସିହା ପର୍ଯ୍ୟନ୍ତ ସକ୍ରିୟ ଥିଲେ। ପଞ୍ଚାୟତ ନିର୍ବାଚନ ପରେ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ସେ ବହିଷ୍କୃତ ହେବା ପରେ ବିଜେପିରେ ଯୋଗ ଦେଇଥିଲେ। ୨୦୧୯ରେ ବିଜେପିରୁ ସେ ନିର୍ବାଚନ ଲଢ଼ିଥିଲେ। ତେବେ ପରାଜୟ ପରେ ରାଜନୀତିରୁ ଏକପ୍ରକାର ଦୂରେଇ ଯାଇଥିଲେ। ଦୁଇ ବର୍ଷ ତଳେ ସ୍ବତନ୍ତ୍ର ଦଣ୍ଡକାରଣ୍ୟ ରାଜ୍ୟ ଗଠନ ଦାବି ଉପସ୍ଥାପନ କରି ପୁଣି ଚର୍ଚ୍ଚାକୁ ଆସିଥିଲେ। ପୁଣି ଭାରତ ରାଷ୍ଟ୍ର ସମିତିରେ ଯୋଗଦେଇ ସମସ୍ତଙ୍କୁ ଚକିତ କରିଥିଲେ।

ସୂଚନାଥାଉକି, ଜୟରାମ ପାଙ୍ଗି ବିଜେଡି କୋରାପୁଟ ଲୋକସଭା ଆସନରୁ ବିଜେଡି ଟିକେଟରେ ୨୦୦୯ରେ ଜିତିଥିଲେ। ପରେ ୨୦୧୭ ମେ’ ୯ରେ ସେ ବିଜେଡି ଛାଡି ବିଜେପିରେ ମିଶିଥିଲେ। ତେବେ ୨୦୧୯ ନିର୍ବାଚନାରେ ସେ ସେହି ନିର୍ବାଚନ ମଣ୍ଡଳୀରୁ ହାରିଥିଲେ। ଏଥିସହିତ ପାଙ୍ଗି ପଟ୍ଟାଙ୍ଗି ବିଧାନସଭା ଆସନରୁ ଲଢି ଚାରିଚାରି ଥର ଜିତିଥିଲେ।

Leave A Reply

Your email address will not be published.