Odisha Link
Bridging the Missing Links in Odisha

ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ; ଥ୍ରୀ-ଡି ଫର୍ମାଟରେ କରାଯିବ ସ୍କାନିଂ

ଓଏଲ୍‌ ବ୍ୟୁରୋ: ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ। ରତ୍ନଭଣ୍ଡାରର ଲେଜର ସ୍କାନିଂ ପାଇଁ ଏଏସଆଇକୁ ଅନୁମତି ମିଳିଛି। ପ୍ରଥମେ ରତ୍ନଭଣ୍ଡାର ବାହାର କାନ୍ଥର ଲେଜର ସ୍କାନିଂ ହେବ। ରିପୋର୍ଟ ଆସିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ଏଥିସହ ଶ୍ରୀମନ୍ଦିର ପରିସର ଅନ୍ୟାନ୍ୟ ଛୋଟବଡ଼ ମନ୍ଦିରର ମଧ୍ୟ ସ୍କାନିଂ କରାଯିବା ଲାଗି ନିଷ୍ପତ୍ତି ହୋଇଛି।

ସୂଚନା ଅନୁସାରେ, କାର୍ତ୍ତିକ ମାସ ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଅଧିକ ରହୁଥିବାରୁ ପୂର୍ଣ୍ଣିମା ପରଦିନ ଲେଜର ସ୍କାନିଂ ପାଇଁ ଧାର୍ଯ୍ୟ ରହିଥିଲା। ତେବେ ଆଜି ଠାରୁ ଲେଜର ସ୍କାନିଂ ଆରମ୍ଭ ହେବ। ଆବଶ୍ୟକ ପଡ଼ିଲେ, ଭିତର ରତ୍ନଭଣ୍ଡାରର ମଧ୍ୟ ଲେଜର୍‌ ସ୍କାନିଂ କରାଯିବ। ସକାଳ ଧୂପ ପରେ ଏହାକୁ କରାଯିବାକୁ ଲକ୍ଷ ରଖାଯାଇଛି। ମହାପ୍ରଭୁଙ୍କ ନୀତି କିଭଳି ପ୍ରଭାବିତ ନହେବ ସେନେଇ ବିଶେଷ ଗୁରୁତ୍ୱ ଦିଆଯାଇ କାର୍ଯ୍ୟ କରାଯିବ। ୩ଡି ଫର୍ମାଟରେ ଏହି ସ୍କାନିଙ୍ଗ କରାଯିବ।

ବିଭିନ୍ନ ସମୟରେ ରତ୍ନଭଣ୍ଡାର ସ୍ଥିତିକୁ ନେଇ ପ୍ରଶ୍ନ ଉଠିବା ପରେ ଏହାର ବାସ୍ତବ ସ୍ଥିତି ଜାଣିବା ପାଇଁ ଏଏସ୍‌‌ଆଇ ଲେଜର ସ୍କାନିଂ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନର ଅନୁମତି ଲୋଡ଼ିଥିଲା। ତେଣୁ ଏଏସ୍‌‌ଆଇକୁ ଲେଜର ସ୍କାନିଂ ପାଇଁ ମନ୍ଦିର ପ୍ରଶାସନକୁ ଅନୁମତି ଦେଇସାରିଛି।

Leave A Reply

Your email address will not be published.