Odisha Link
Bridging the Missing Links in Odisha

ଉତ୍ତରକାଶୀ ଟନେଲ୍‌ ଟ୍ରାଜେଡି: ୧୭ ଦିନର ଅନ୍ଧାର ପରେ, ପ୍ରଥମ ଦଫାରେ ୫ ଶ୍ରମିକଙ୍କୁ ଅଣାଗଲା ବାହାରକୁ

ଓଏଲ୍‌ ବ୍ୟୁରୋ: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲ୍‌ରୁ ବାହାରୁଛନ୍ତି ଫସି ରହିଥିବା ଶ୍ରମିକ। ୧୭ ଦିନର ଉଦ୍ଧାରକାର୍ଯ୍ୟ ପରେ ମଙ୍ଗଳବାର ‘ମଙ୍ଗଳସମୟ’ ଆସିଛି ଯାହାକୁ ସାରା ଦେଶବାସୀ ଚାହିଁ ବସିଥିଲେ। ୪୦୦ ଘଣ୍ଟାରୁ ଉର୍ଦ୍ଦ୍ବ ସମୟର ଅକ୍ଲାନ୍‌ ପରିଶ୍ରମ ଆଉ ଦେଶ, ବିଦେଶରୁ ଆସିଥିବା ମେସିନ୍‌, ବିଶେଷଜ୍ଞ ଓ ସେନାର ସହାୟତାରେ ଅନ୍ଧାର ଟନେଲ୍‌ ଭିତରୁ ୪୧ ଶ୍ରମିକଙ୍କୁ ଉଦ୍ଧାର କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ୫ଜଣ ଶ୍ରମିକଙ୍କୁ ଟନେଲ୍‌ ବାହାରକୁ ଅଣାଯାଇଛି।ଉଦ୍ଧାର ପରେ ତୁରନ୍ତ ସେମାନଙ୍କୁ ଡାକ୍ତରଖାନା ପଠାଯାଇଛି। ଏବେ ଅନ୍ୟମାନଙ୍କୁ ପର୍ଯ୍ୟାୟକ୍ରମେ ସୁଡ଼ଙ୍ଗରୁ ବାହାର କରାଯାଉଛି।

ଦୀପାବଳି ସକାଳୁ ହୋଇଥିଲା ଅଘଟଣ:
ଉତ୍ତରକାଶୀ ଜିଲ୍ଲାର ଯମୁନେତ୍ରୀ ରାଜ୍ୟ ରାଜପଥ ଅନ୍ତର୍ଗତ ଚାରଧାମ ସଡ଼କ ପରିଯୋଜନା ପାଇଁ ସୁଡ଼ଙ୍ଗ ନିର୍ମାଣ କାର୍ଯ୍ୟ ଚାଲୁରହିଥିଲା। ହେଲେ ଦୀପାବଳି ଦିନ ଅଘଟଣ ଘଟିିବାରୁ ୪୧ ଜଣ ଶ୍ରମିକ ଟନେଲ ମଧ୍ୟରେ ଫସି ରହିଥିଲେ।

Leave A Reply

Your email address will not be published.