Odisha Link
Bridging the Missing Links in Odisha

ପାରାଦୀପ ଜାହାଜରୁ ୨୨ଟି ପ୍ୟାକେଟ ମିଳିବା ଘଟଣା: ଜବତ ହେଲା ୨୦୦ କୋଟିର କୋକେନ୍‌

ଓଏଲ୍‌ ବ୍ୟୁରୋ: ପାରାଦୀପରେ ଲାଗିଥିବା ଜାହାଜରେ ୨୨ଟି ପ୍ୟାକେଟ ମିଳିବା ଘଟଣା ସାମ୍ନାକୁ ଆସିଥିଲା। ୨୨ଟି ପ୍ୟାକେଟ ମିଳିବା ଘଟଣାକୁ ନେଇ ଚିନ୍ତା ବଢ଼ିଥିବାବେଳେ ଏହାକୁ ଯାଞ୍ଚ କରାଯାଇଛି। ଏହା ପରେ ଏହାକୁ ଯାଞ୍ଚ କରାଯାଇଥିଲା। ପ୍ୟାକେଟ ଯାଞ୍ଚ ପରେ ପରେ ପ୍ୟାକେଟରେ ନିଷିଦ୍ଧ ଡ୍ରଗ୍ସ କୋକେନ ଥିବା ସ୍ପଷ୍ଟ ହୋଇଛି।

ସମସ୍ତ ୨୨ ପ୍ୟାକେଟରେ କୋକେନ ଥିବା କଷ୍ଟମ୍ସ ଯାଞ୍ଚରୁ ସ୍ପଷ୍ଟ। ଷ୍ଟିଲ ପ୍ଲେଟ ଆଣି ଆସିଥିବା ‘MV ଦେବୀ’ ଜାହାଜରୁ ପ୍ୟାକେଟ ମିଳିଛି। ଇଣ୍ଡୋନେସିଆ ଗ୍ରେସିକ ବନ୍ଦରରୁ ଆସିଥିଲା ଜାହାଜ ‘MV ଦେବୀ’। ଜାହାଜଟି ଇଜିପ୍ଟରୁ ଇଣ୍ଡୋନେସିଆ ଓ ସେଠୁ ପାରାଦୀପ ଆସିଥିଲା। ତେବେ ଜବତ ହୋଇଥିବା କୋକେନ୍‌ର ଆନୁମାନିକ ମୂଲ୍ୟ ୨୦୦ କୋଟି ଟଙ୍କା।

Leave A Reply

Your email address will not be published.