Odisha Link
Bridging the Missing Links in Odisha

ଟନେଲ୍ ଟ୍ରାଜେଡିର ଅନ୍ତ; ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ୪ ଓଡ଼ିଆ ଶ୍ରମିକ

ଓଏଲ୍‌ ବ୍ୟୁରୋ: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ଦୀର୍ଘ ୧୭ ଦିନ ହେଲା ଫସି ରହିଥିବା ୪୧ ଶ୍ରମିକ ଉଦ୍ଧାର ହୋଇଛନ୍ତି। ଅକ୍ଲାନ୍ତ ପରିଶ୍ରମ ଓ ସମଗ୍ର ଦେଶର ପ୍ରାର୍ଥନା କାମ ଦେଇଛି। ଟନେଲରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ଶ୍ରମିକ। ପର୍ଯ୍ୟାୟକ୍ରମେ ୫ ଜଣ ଓଡ଼ିଆ ଶ୍ରମିକଙ୍କ ସମେତ ୪୧ ଜଣ ଶ୍ରମିକଙ୍କୁ ପାଇପ ଯୋଗେ ବାହାରି କରାଯାଇଛି।

ଉତ୍ତରକାଶୀ ଟନେଲରୁ ପୁନର୍ଜନ୍ମ ପାଇଥିବା ଓଡ଼ିଆ ଶ୍ରମିକମାନେ ଆଜି ଘରକୁ ଫେରୁଛନ୍ତି। ନୂଆଦିଲ୍ଲୀରୁ ବିମାନରେ ସେମାନେ ଭୁବନେଶ୍ବର ଫେରଛନ୍ତି। ଉତ୍ତରକାଶୀ ଟନେଲରୁ ଉଦ୍ଧାର ପରେ ଆଜି ଦିଲ୍ଲୀରୁ ବିମାନ ଯୋଗେ ୪ ଶ୍ରମିକ ଓଡ଼ିଶା ଆସିଛନ୍ତି। ୪ ଶ୍ରମିକଙ୍କ ସହ ଆସିଛନ୍ତି ଶ୍ରମମନ୍ତ୍ରୀ ସାରଦା ନାୟକ। ତପନ ମଣ୍ଡଳଙ୍କୁ ଛାଡ଼ି ବାକି ୪ ଶ୍ରମିକ ପହଞ୍ଚିଲେ। ତପନ ନିଜ ଭାଇ ସହ ପରେ ଆସି ପହଞ୍ଚିବା ସୂଚନା ରହିଛି।

ଶ୍ରମିକ ମାନଙ୍କୁ ସ୍ୱସ୍ୱାଗତ ପାଇଁ ବିମାନବନ୍ଦରରେ ପହଞ୍ଚିଥିଲେ ଶ୍ରମ କମିଶନର। ଶ୍ରମ କମିଶନର ଏନ ତିରୁମାଲା ନାୟକ କହିଛନ୍ତି, ଉତ୍ତରାଖଣ୍ଡରୁ ୪ ଶ୍ରମିକଙ୍କୁ ନେଇ ଶ୍ରମମନ୍ତ୍ରୀ ଆସିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତଙ୍କୁ ସ୍ବାଗତ କରାଯିବ। ଘରକୁ ପଠାଇବାକୁ ପ୍ରଶାସନ ସମସ୍ତ ବ୍ୟବସ୍ଥା କରିବ। ଭୁବନେଶ୍ବରରେ ପହଞ୍ଚି ଶ୍ରମିକମାନେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ।

Leave A Reply

Your email address will not be published.