Odisha Link
Bridging the Missing Links in Odisha

ନକ୍ସଲଙ୍କ ତାଣ୍ଡବ: ଆଇଡି ବିସ୍ଫୋରଣରେ ୨ ଯବାନ ଗୁରୁତର

ଓଏଲ୍‌ ବ୍ୟୁରୋ: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମାରେ ନକ୍ସଲଙ୍କ ଆଇଡିି ବିସ୍ଫୋରଣ। ଯାହାରିଫଳରେ ୨ ଜଣ ଯବାନ ଗୁରୁତର ଆହାତ ହୋଇଛନ୍ତି। ଉଭୟ ଯବାନଙ୍କୁ ଉତ୍ତମ ଚିକିତ୍ସା ନିମନ୍ତେ ରାୟପୁର ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଆଜି ସକାଳେ ଡାମବାମ ସିଆରିପିଏଏଫ୍ କ୍ୟାମ୍ପରୁ କୋବ୍ରା ଯବାନମାନେ ସର୍ଚ୍ଚ ଅପରେସନରେ ଯାଇଥିଲେ। ଜଙ୍ଗଲରେ ନକ୍ସଲ ଯବାନମାନଙ୍କୁ ଟାର୍ଗେଟ୍ କରି ଆଇଡି ବିସ୍ଫୋରଣ କରିଥିଲେ। ବିସ୍ଫୋରଣରେ ୨ ଯବାନ ଆହତ ହୋଇଥିଲେ। ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ହେଲିକପ୍ଟର ସାହାଯ୍ୟରେ ରାୟପୁର ସ୍ଥାନାନ୍ତର କରାଯାଇଛି।

ଆଇଡି ବିସ୍ପୋରଣ ପରେ ଜିଲ୍ଲା ପୁଲିସ ଓ ସିଆରିପିଏଏଫ୍‌ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି।

Leave A Reply

Your email address will not be published.