Odisha Link
Bridging the Missing Links in Odisha

ଏବେବି ରହସ୍ୟ ଘେରରେ ନବ ଦାସ ହତ୍ୟାକାଣ୍ଡ: ଜାନୁଆରୀ ୮ରେ ମାମଲାର ପରବର୍ତ୍ତୀ ଶୁଣାଣି

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ହତ୍ୟାର ପ୍ରକୃତ କାରଣ ସାମ୍ନାକୁ ଆସିପାରିନାହିଁ। ଆଜି ଝାରସୁଗୁଡା ଏଡିଜେ କୋର୍ଟରେ ପ୍ରତ୍ୟକ୍ଷଦର୍ଶୀ ଚନ୍ଦନ ସିଂ ସାକ୍ଷୀ ଦେଲେ। ଜାନୁଆରୀ ୮ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।

ଖବର ଅନୁସାରେ, ଗତ ଜାନୁଆରୀ ୨୯ ତାରିଖରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ଅଭିଯୁକ୍ତ ଗୋପାଳକୁ ଘଟଣାସ୍ଥଳରୁ ପିସ୍ତଲ ସହ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା। ତେବେ ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ହତ୍ୟାର ପ୍ରକୃତ କାରଣ ସାମ୍ନାକୁ ଆସିପାରିନଥିବାବେଳେ ଅଭିଯୁକ୍ତ ଗୋପାଳ ଥାନାରେ ଦିନ କାଟୁଛି।