Odisha Link
Bridging the Missing Links in Odisha

ସମ୍ବଲପୁର ବୋରଓ୍ବେଲ ଟ୍ରାଜେଡି: ଉଦ୍ଧାର ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥାରେ ସୁଧାର

ଓଏଲ୍‌ ବ୍ୟୁରୋ: ସମ୍ବଲପୁର ରେଙ୍ଗାଲି ରାଲିପାଲିର ବୋରଓ୍ବେଲରେ ଭିତରୁ ଜୀବନ୍ତ ନବଜାତ ଶିଶୁ ଉଦ୍ଧାର ହୋଇଥିଲା। ସମ୍ବଲପୁର ବୋରୱେଲରୁ ଉଦ୍ଧାର ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ଜଟିଳ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଶାରୀରିକ ଆଘାତ ଓ ସଂକ୍ରମଣ ଯୋଗୁଁ ଅବସ୍ଥା ଗୁରୁତର ରହିଥିଲା। ବର୍ତ୍ତମାନ ଉଦ୍ଧାର ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ଶିଶୁକନ୍ୟାର ଆଭ୍ୟନ୍ତରୀଣ ରକ୍ତସ୍ରାବ ଅନେକାଂଶରେ କମିଛି। ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଭୀମସାର ଅଧୀକ୍ଷକ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ୮ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ନନଷ୍ଟପ ଅପରେସନ। ୨୦ରୁ ୨୫ ଫୁଟ ତଳୁ ଶିଶୁଟି ଉଦ୍ଧାର ହୋଇଥିଲା। ଉଦ୍ଧାର ହେବା ପରେ ନବଜାତ ଶିଶୁଟିକୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଉଦ୍ଧାରକାରୀ ଦଳଙ୍କ ଅକ୍ଲାନ୍‌ ପରିଶ୍ରମକୁ ସାବାସୀ ଜଣାଇବା ସହିତ ପୁରା ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହିତ ଓଡ୍ରାଫ, ଅଗ୍ନିଶମ, ଜିଲ୍ଲାପ୍ରଶାସନକୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଉଦ୍ଧାରକାରୀ ଦଳର ଜଣେ ସଦସ୍ୟ କହିଛନ୍ତି, ବହୁକଷ୍ଟରେ ଶିଶୁଟିର ଜୀବନ ବଞ୍ଚାଇଛୁ। କାରଣ ଶିଶୁଟି ଯେଉଁଠି ଥିଲା ସେହି ତଳେ ଭଙ୍ଗାକାଚ ଥିଲା। ତାଉପରୁ ପ୍ଲାଷ୍ଟିକ ବୋତଲ ଥିବାରୁ ବଞ୍ଚିଗଲା ଝିଅର ଜୀବନ।

Leave A Reply

Your email address will not be published.