Odisha Link
Bridging the Missing Links in Odisha

ଫେବ୍ରୁଆରୀ ୧୬ରୁ +୨ ପରୀକ୍ଷା; ଜାଣନ୍ତୁ କେଉଁ ଦିନ ଅଛି କେଉଁ ପରୀକ୍ଷା

ଓଏଲ୍‌ ବ୍ୟୁରୋ: ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା। ଫେବ୍ରୁଆରୀ ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ଯାଏଁ ଚାଲିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି।

ଅନ୍ୟପଟେ, ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୪ରେ ଶେଷ ହେବ। ମାଟ୍ରିକ ପରୀକ୍ଷା ସୂଚୀ ନେଇ ବୁଧବାର ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବକ, ୨୦ ତାରିଖରେ ଓଡ଼ିଆ, ୨୩ରେ ଇଂରାଜୀ, ୨୬ରେ ଗଣିତ, ୨୮ରେ ହିନ୍ଦୀ/ସଂସ୍କୃତ, ମାର୍ଚ୍ଚ ୨ରେ ବିଜ୍ଞାନ, ୪ରେ ସାମାଜିକ ବିଜ୍ଞାନ ରହିଛି। ୨୯୯୧ କେନ୍ଦ୍ରରେ ୫ଲକ୍ଷ ୫୧ ହଜାର ୬୧୧ ପିଲା ପରୀକ୍ଷା ଦେବେ। ମାର୍ଚ୍ଚ ୧୫ରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ ବୋଲି ବୋର୍ଡ ସଭାପତିଙ୍କ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.