ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲା: ଜାନୁଆରୀ ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି

ଓଏଲ୍ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାରେ ଏକ ବଡ ଖବର ସାମ୍ନାକୁ ଆସିଛି। ରଘୁବୀର ଦାସ କମିଶନ ରିପୋର୍ଟ ସାର୍ବଜନୀନ ପ୍ରସଙ୍ଗରେ ସମୟ ନେଲେ ରାଜ୍ୟ ସରକାର। ଶେଷଥର ପାଇଁ ସରକାରଙ୍କୁ ସୁଯୋଗ ଦେଲେ ହାଇକୋର୍ଟ। ଜାନୁଆରୀ ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ୮ ମାସ ଧରି ସରକାର ସମୟ ଗଡ଼ାଇ ଚାଲିଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି।
ଅନ୍ୟପଟେ, ପୂର୍ବରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାରେ ଏଏସ୍ଆଇ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା। ହାଇକୋର୍ଟରେ ସତ୍ୟପାଠ ଦାଖଲ ପରେ ଏଏସ୍ଆଇ ଅଧୀକ୍ଷକ ନିଜର ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, ଭିତର ଭଣ୍ଡାର କେବେ ମଧ୍ୟ ଅନୁଧ୍ୟାନ ହୋଇନାହିଁ। ୨୦୧୮ରେ ଶେଷ ଥର ପାଇଁ ବାହାର ଭଣ୍ଡାର ଅନୁଧ୍ୟାନ ହୋଇଥିଲା। ସେତେବେଳେ ଛାତରୁ ପାଣି ଗଳୁଥିବା କହିଥିଲେ।
ଚଟାଣରେ ପଥର ପଡ଼ିଥିଲା। କାନ୍ଥ ଭିତରୁ ଏକ ଫମ୍ଫସା ଶବ୍ଦ ମଧ୍ୟ ଶୁଭୁଥିଲା ମଧ୍ୟ ଅଧୀକ୍ଷକ କହିଥିଲେ। ଏହା ସହ ଏଏସ୍ଆଇ ଅଧୀକ୍ଷକ କହିଥିଲେ ଯେ, ରତ୍ନଭଣ୍ଡାରର ମରାମତି ଆବଶ୍ୟକ ରହିଛି। ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି। ହାଇକୋର୍ଟ ନିର୍ଦ୍ଦେଶ ଦେଲେ ଯଥାଶୀଘ୍ର ମରାମତି କରିବୁ ବୋଲି ଏଏସ୍ଆଇ ଅଧୀକ୍ଷକ କହିଥିଲେ।