Odisha Link
Bridging the Missing Links in Odisha

ରାଜଧାନୀରେ କୁକୁରଙ୍କ ହିଂସ୍ରପଣ; ଦୈନିକ ମେଡିକାଲ ଆସୁଛନ୍ତି ୬୦ ରୋଗୀ!

ଓଏଲ୍‌ ବ୍ୟୁରୋ: ରାଜଧାନୀରେ ବଢୁଛି ବୁଲା କୁକୁରଙ୍କ ଉତ୍ପାତ। ଗଳି ଗଳିରେ ଦଳ ଦଳ କୁକୁରଙ୍କ ହିଂସ୍ରପଣ ଏବେ କୋକୁଆ ଭୟ ସୃଷ୍ଟି କରୁଛି ରାଜଧାନୀବାସୀଙ୍କ ମଧ୍ୟରେ। ରାଜଧାନୀରେ ବୁଲା କୁକୁର ଉତ୍ପାତ କରୁଥିବାବେଳେ ବଢ଼ୁଛନ୍ତି କୁକୁର କାମୁଡ଼ା ରୋଗୀ। ଦୈନିକ ୬୦ ରୋଗୀ କ୍ୟାପିଟାଲ ହସ୍ପିଟାଲ ଆସୁଥିବା ସୂଚନା ରହିଛି। ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି। ପୂର୍ବରୁ ଏହି ସଂଖ୍ୟା ୩୦/୩୫ ଥିଲା, ମାସେ ହେବ ୬୦ ପାର୍‌। ଆବଶ୍ୟକ ସ୍ଥଳେ ପ୍ରତିକାର ବ୍ୟବସ୍ଥା ପାଇଁ ବିଏମ୍‌ସିକୁ ଚିଠି ଲେଖିବୁ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି।

ବିଳମ୍ବିତ ରାତିରେ ଘରକୁ ଫେରୁଥିବା ପୁଲିସ କର୍ମଚାରୀ, ହସ୍ପିଟାଲ କର୍ମଚାରୀ କିମ୍ବା ଗଣମାଧ୍ୟମ ପ୍ରତିନିଧି ଏହି କୁକୁର ମାନଙ୍କ ଦୌରାତ୍ମ୍ୟର ଶିକାର ହେବାକୁ ପଡୁଛି। ପ୍ରତି ଗଳିକନ୍ଦିର କୁକୁର ରାତି ୧୦ଟା ପରେ ଆକ୍ରମଣାତ୍ମକ ହୋଇଉଠୁଛନ୍ତି। ରାସ୍ତାରେ ଯେଉଁ ଗାଡିବି ଯାଉ ତାକୁ ଦେଖି ଭୁକିବା ସହ ପଛରେ କାମୁଡିବା ପାଇଁ ମଧ୍ୟ ଗୋଡାଉଛନ୍ତି। ଯାହା ଫଳରେ ବିଳମ୍ବିତ ରାତିରେ ଫେରୁଥିବା ଅନେକ କର୍ମଚାରୀ ରାସ୍ତାରେ ଭୟର ସହ ଫେରୁଛନ୍ତି।

Leave A Reply

Your email address will not be published.