ନାଟମଣ୍ଡପ ମରାମତି ମାମଲା: ଜାନୁଆରୀ ୧୮ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଓଏଲ୍ ବ୍ୟୁରୋ: ନାଟମଣ୍ଡପ ମରାମତିକୁ ନେଇ ପୂର୍ବରୁ ଅନେକ ଖବର ସାମ୍ନାକୁ ଆସିଥିବାବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ନାଟମଣ୍ଡପ ମରାମତି ମାମଲାରେ ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କଲେ ଆମିକସ୍ କ୍ୟୁରି। ୧୯ରୁ ୨୧ ଡିସେମ୍ବର ମଧ୍ୟରେ ବୈଠକ କରି ନାଟମଣ୍ଡପ ବିମ୍ ପାଇଁ ଡିଜାଇନ ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ। ଆବଶ୍ୟକ ସାମଗ୍ରୀ ପାଇଁ ଟେଣ୍ଡର କରିବାକୁ ନିର୍ଦେଶ ଦିଆଯାଇଛି। ଆସନ୍ତା ଜାନୁଆରୀ ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।
ଜାନୁଆରୀ ୧୮ ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ଆମିକସ କ୍ୟୁରିଙ୍କୁ ନିର୍ଦେଶ ଦିଆଯାଇଛି। ଆସନ୍ତା ୧୯ରୁ ୨୧ ମଧ୍ୟରେ ଡକାଯାଇଥିବା ବୈଠକରେ ବିମ୍ ଡିଜାଇନ୍ ଓ ମରାମତି ପ୍ରଣାଳୀ ଆଲୋଚନା ହେବ। ନାଟମଣ୍ଡପର କାଠ ସିଲିଂ ଭାଙ୍ଗି ଦିଆଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। କାଠ ସିଲିଂ ଭାଙ୍ଗି ଜଗନ୍ନାଥ ମନ୍ଦିର ମ୍ୟୁଜିୟମରେ ସୁରକ୍ଷିତ ରଖାଯାଇଛି।
ସୂଚନା ଅନୁସାରେ, ନାଟମଣ୍ଡପ ମରାମତି ଆରମ୍ଭ କରିବାକୁ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି। ନାଟମଣ୍ଡପ ମରାମତି ଲାଗି ଏଏସଆଇକୁ ନିର୍ଦ୍ଦେଶ ଦିଆଯାଇଛି। ମରାମତି ଲାଗି ସମସ୍ତ ସହଯୋଗ ମନ୍ଦିର ପ୍ରଶାସନ ଯୋଗାଇବ। ଆମିକସ୍ କ୍ୟୁରି ମରାମତି କାମର ଅନୁଧ୍ୟାନ କରିବେ। ଅନୁଧ୍ୟାନ କରି ପ୍ରତି ୧୫ ଦିନରେ ଆମିକସ୍ କ୍ୟୁରି ରିପୋର୍ଟ ଦେବେ।