Odisha Link
Bridging the Missing Links in Odisha

ଆକ୍ସନ ମୋଡରେ ଭିଜିଲାନ୍ସ ଦଳ; ଏକକାଳୀନ ୨ କର୍ମୀଙ୍କ ଘରେ ଚଢ଼ାଉ ଜାରି

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ୨ ଜଣ କର୍ମୀ। ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷର ପୂର୍ବତନ ପ୍ଲାନିଂ ମେମ୍ବରଙ୍କ ଘରେ ରେଡ୍ ହୋଇଛି। ପୂର୍ବତନ ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିବାବେଳେ ଜୁନିଅର କ୍ଲର୍କ ଲକ୍ଷ୍ମୀ ନାରାୟଣ ସାମଲଙ୍କ ଘରେ ମଧ୍ୟ ଚଢ଼ାଉ ଜାରି ହୋଇଛି।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଉଭୟଙ୍କ ଘରେ ରେଡ୍ କରାଯାଉଛି। ଭୁବନେଶ୍ବର, ସମ୍ବଲପୁର, ଅନୁଗୁଳ, ମୟୂରଭଞ୍ଜର ୯ଟି ସ୍ଥାନରେ ଚଢ଼ାଉ ଜାରି ହୋଇଛି। ସେପ୍ଟେମ୍ବରରେ ଉଭୟଙ୍କୁ ଗିରଫ କରିଥିଲା ସମ୍ବଲପୁର ପୁଲିସ। ବିଲ୍ଡିଂ ପ୍ଲାନ୍ ପାଇଁ ଫେକ୍ ଆପ୍ରୁଭାଲ୍ ଚିଠି ଇସ୍ୟୁ କରି ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଥିଲା।