ରାତିରେ ଡ୍ରାଇଭରଙ୍କୁ ମିଳିବ ମାଗଣା ଚା’; ପଇସା ଦେବେ ସରକାର

ଓଏଲ୍ ବ୍ୟୁରୋ: ରାତି ଡ୍ରାଇଭରଙ୍କ ପାଇଁ ଖୁସିଖବର। ରାତିରେ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କୁ ମାଗଣା ଚା’ ମିଳିବ। ରାସ୍ତାକଡ଼ରେ ଥିବା ଢାବା, ହୋଟେଲ ଡ୍ରାଇଭରଙ୍କୁ ଚା’ ଦେବେ। ମାଗଣାରେ ଡ୍ରାଇଭରଙ୍କୁ ଚା’ ଦିଆଯିବ, ପଇସା ଦେବେ ସରକାର। ଚା’ ପିଇବା ସହ ଡ୍ରାଇଭରମାନେ ଉକ୍ତ ଢାବାରେ ବିଶ୍ରାମ ନେଇପାରିବେ। ଏନେଇ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥିବା ମନ୍ତ୍ରୀ ଟୁକୁନି ସାହୁ ସ୍ପଷ୍ଟ କରିଛନ୍ତି।
ସାଧାରଣତଃ ରାତିରେ ଗାଡି ଚଳାଉଥିବା ଗାଡି ଚାଳକ ମାନେ ଥକି ଯାଉଥିବା ନଜିର ରହିଛି। ନିଜର ଥକା ପଣ ଦୂର କରିବା ପାଇଁ ସେମାନେ ରାସ୍ତା କଡରେ ଥିବା ଢ଼ାବାରେ ଚା’ ଓ ଜଳପାନ କରିଥାନ୍ତି। ହେଲେ ଏଣିକି ଏହି ଚା ମାଗଣାରେ ପିଏ ପାରିବେ ବୋଲି ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।