Odisha Link
Bridging the Missing Links in Odisha

ଶିମିଳିପାଳରେ ଅଛନ୍ତି ୧୦ଟି କଳା ମହାବଳ: କେନ୍ଦ୍ର ପରିବେଶ ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଶିମିଳିପାଳରେ ଅଛନ୍ତି ୧୦ଟି କଳା ମହାବଳ ରହିଥିବା ଖବର ସାମ୍ନାକୁ ଆସିଛି। ରାଜ୍ୟସଭାରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଅଶ୍ବିନ ଚୌବେ କହିଛନ୍ତି ଯେ, ଦେଶରେ କେବଳ ଶିମିଳିପାଳରେ ଅଛନ୍ତି କଳା ମହାବଳ। ଶିମିଳିପାଳରେ ୧୦ଟି କଳା ମହାବଳ ରହିଛନ୍ତି।

ଅନ୍ୟପଟେ, ଝାରସୁଗୁଡ଼ା ଜଙ୍ଗଲରେ ପୁଣି ବାଘ ଆତଙ୍କ। ପିକୋଲ ଜଙ୍ଗଲରେ କଲରାପତରିଆ ବାଘ ବୁଲୁଛି। ପିକୋଲ ଜଙ୍ଗଲ ପାଖ ଗାଁ ଗୁଡିକରେ ଲୋକେ ଆତଙ୍କିତ ରହିଛନ୍ତି। ଟ୍ରାପ କ୍ୟାମେରାରେ କଲରାପତରିଆ ଫଟୋ କଏଦ ହୋଇଛି। ଗତ ୧୪ ତାରିଖରେ କଏଦ ହୋଇଛି ବାଘର ଫଟୋ। କଲରାପତରିଆ ସମ୍ପର୍କରେ ଝାରସୁଗୁଡ଼ା ଡିଏଫଓ ସୂଚନା ଦେଇଛନ୍ତି। ବାଘଟି ସୁନ୍ଦରଗଡ଼ ହିମଗିରି ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଉଛି।

Leave A Reply

Your email address will not be published.