ସ୍ବାସ୍ଥ୍ୟ ନିର୍ଦେଶକଙ୍କ ଅପିଲ୍: ଲକ୍ଷଣ ଦେଖାଗଲେ କରାନ୍ତୁ କୋଭିଡ୍ ଟେଷ୍ଟ

ଓଏଲ୍ ବ୍ୟୁରୋ: ଦେଶରେ କୋଭିଡ୍ ରୋଗୀଙ୍କ ସଂଖ୍ୟା ବଢୁଛି। ୫ଟି ରାଜ୍ୟରେ ୯୮ ପ୍ରତିଶତ ରୋଗୀ ଅଧିକ, ୮୮ ପ୍ରତିଶତ କେବଳ କେରଳରେ। ନୂଆ ଭାରିଏଣ୍ଟ JN.1 ଯଦିଓ ବ୍ୟାପୁଛି କିନ୍ତୁ ସାଙ୍ଘାତିକ ହେଉନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଗତ ଡିସେମ୍ବର ୩ରୁ ରାଜ୍ୟରେ ଗୋଟିଏ ବି କେସ୍ ଆସିନାହିଁ। ରାଜ୍ୟରେ କୋଭିଡ୍ ସଂଖ୍ୟା ଶୂନ୍, ତଥାପି ଆଲର୍ଟ ପାଇଁ କୁହାଯାଇଛି। ଜିଲ୍ଲା ହସ୍ପିଟାଲରେ ସର୍ଭେଲାନ୍ସ ବଢ଼ାଇବାକୁ କୁହାଯାଇଛି।
ପ୍ରତି ୩ ମାସରେ ଥରେ ମକ୍ ଡ୍ରିଲ କରିବା ପାଇଁ ନିର୍ଦ୍ଦେଶ ରହିଛି। ଥଣ୍ଡା, କାଶ ଥିଲେ ଗହଳି ସ୍ଥାନକୁ ଯାଆନ୍ତୁନି, ବୟସ୍କ ମାସ୍କ ବ୍ୟବହାର କରନ୍ତୁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। କୋଭିଡ ଲକ୍ଷଣ ଦେଖାଗଲେ ପରୀକ୍ଷା କରାନ୍ତୁ। ଏନେଇ ଜନସାଧାରଣଙ୍କୁ ସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର ଅପିଲ୍ କରିଛନ୍ତି। ଆବଶ୍ୟକ ପଡି଼ଲେ ପରୀକ୍ଷା ସେଣ୍ଟର ବଢ଼ାଯିବ। ମାସ୍କ ବାଧ୍ୟତାମୂଳକ ପାଇଁ ଗାଇଡଲାଇନ୍ ଆସିନାହିଁ। ଏ ପର୍ଯ୍ୟନ୍ତ ଓଡ଼ିଶାରେ କୋଭିଡ୍ ଚିହ୍ନଟ ହୋଇନାହିଁ। ସର୍ଭିଲାନ୍ସ ବଢ଼ାଇବା ସହ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ବର୍ତ୍ତମାନ ଦେଶରେ ଶୀତ ଋତୁ ଚାଲିଥିବା ବେଳେ ହଠାତ୍ କରୋନା ମାମଲା ବଢ଼ିବାରେ ଲାଗିଛି। ଦେଶରେ ପ୍ରଥମ ଥର ପାଇଁ ଜେଏନ୍ ୧ ଭ୍ୟାରିଆଣ୍ଟ କରୋନା ଭୂତାଣୁ ଠାବ ହୋଇଛି। ଯାହାକୁ ନେଇ ସମସ୍ତଙ୍କ ମନରେ ଛନକା ପଶିଥଇବା ବେଳେ ରଖି କେନ୍ଦ୍ର ସରକାର ଜାରି କରିଛନ୍ତି ସତର୍କ ସୂଚନା। ଇନଫ୍ଲୁଏଞ୍ଜା ଭଳି ରୋଗ ଉପରେ ନଜର ରଖିବା ଓ ଏହାକୁ ଉପଯୁକ୍ତ ଅଧିକାରୀଙ୍କ ପାଖରେ ରିପୋର୍ଟ କରିବା ପାଇଁ ରାଜ୍ୟ ଗୁଡ଼ିକୁ କୁହାଯାଇଛି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷଣୁ କୁହାଯାଇଛି ଯେ ବର୍ତ୍ତମାନ କୋଭିଡ ୧୯ ଭାଇରସ ନିରବଚ୍ଛିନ୍ନ ଭାବେ ଘୁରି ବୁଲୁଛୁ। ଏହାର ଏପିଡେମୋଲୋଜି ବ୍ୟବହାର ଭାରତୀୟ ପରିବେଶରେ ରହିଛି। ତେଣୁ କରୋନା ସ୍ଥିତି ଉପରେ ଆମ ସମସ୍ତଙ୍କୁ ନଜର ରଖିବାକୁ ପଡ଼ିବ। ସମସ୍ତ ରାଜ୍ୟର ସମସ୍ତ ଜିଲ୍ଲାସ୍ତରରୁ ଏହି ଅଭିଯାନ ଆରମ୍ଭ ହେବା ଦରକାର।
ଆହୁରି କୁହାଯାଇଛି ଯେ, ଆଗକୁ ନୂଆବର୍ଷ ଆସୁଛି। ବିଭିନ୍ନ ପର୍ବପର୍ବାଣୀ ମଧ୍ୟ ଆସିବାକୁ ଯାଉଛି। ଏହାକୁ ନଜରରେ ରଖି ଅଧିକ ସତର୍କ ରହିବାକୁ ପଡ଼ିବ। ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନେବାକୁ ହେବ। ହାଇଜନ୍ ନିୟମକୁ କଡ଼ା କଡ଼ି ପାଳନ କରିବାକୁ କେନ୍ଦ୍ର ସରକାର କହିଛନ୍ତି। ଏଥିସହିତ କେନ୍ଦ୍ର ସରକାର ସବୁ ରାଜ୍ୟକୁ ଇଞ୍ଜଫ୍ଲୁଏଞ୍ଜା ରୋଗର ଯାଞ୍ଚ ଓ ରିପୋର୍ଟ କରିବାକୁ କହିଛନ୍ତି। ନିୟମିତ ଭାବେ ପରୀକ୍ଷା ଓ ଲୋକଙ୍କୁ ସଚେତନ କରିବାକୁ ମଧ୍ୟ କୁହାଯାଇଛି।