Odisha Link
Bridging the Missing Links in Odisha

ଯୋରନ୍ଦା ମହିମାଗାଦୀରେ ମୁଖ୍ୟମନ୍ତ୍ରୀ; ବିଭିନ୍ନ ପ୍ରକଳ୍ପର କଲେ ଶିଳାନ୍ୟାସ

ଓଏଲ୍‌ ବ୍ୟୁରୋ: ଯୋରନ୍ଦା ମହିମାଗାଦୀରେ ମୁଖ୍ୟମନ୍ତ୍ରୀ। ସକାଳ ୧୧ଟାରେ ଯୋରନ୍ଦା ହାଇସ୍କୁଲରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ମହିମା ସାଧୁସନ୍ଥ ସ୍ବାଗତ କରିଛନ୍ତି। ଶୂନ୍ୟ ମଣ୍ଡପ,ଉପାସନା ପୀଠ ଓ ବତୀ ମଣ୍ଡପର ଭୂମି ପୂଜନ କରାଯାଇଛି। ଏହା ସହ ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ନବୀନ।

ମହିମାଗାଦୀର ଦଲକ ଅଞ୍ଚଳରେ ହେବ ଉପାସନା ପୀଠ। ଉପାସନ ପୀଠ ପାଇଁ ୧୧୨ କୋଟି ମଞ୍ଜୁର ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଢେଙ୍କାନାଳ ଗସ୍ତରେ ଯାଇଥିବାବେଳେ ଯୋରନ୍ଦା ରୂପାନ୍ତରଣ ପାଇଁ ଶିଳାନ୍ୟାସ କରିଛନ୍ତି। ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଗସ୍ତ କରିଛନ୍ତି।