Odisha Link
Bridging the Missing Links in Odisha

ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣ: ୫ ଯବାନ ସହିଦ

ଓଏଲ୍‌ ବ୍ୟୁରୋ: ପୁଞ୍ଛରେ ଆତଙ୍କବାଦୀ ଆକ୍ରମଣ। ଗତକାଲି ଅପରାହ୍ନରେ ସେନାର ଦୁଇଟି ଗାଡି ଯାଉଥିବା ବେଳେ ଆତଙ୍କବାଦୀ ମାନେ ଗୁଳିମାଡ କରିଥିଲେ। ଯେଉଁଥିରେ ୫ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯବାନଙ୍କୁ ତୁରନ୍ତ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି। ସେନା ଭ୍ୟାନ ଓ ଜିପସିକୁ ଆମ୍ବୁସରେ ଆକ୍ରମଣ କରାଯାଇଛି। ଏହି ଘଟଣା ପରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ସୁରନକୋଟକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ୍ ହୋଇଛି। ଗାଡି ମୋଟରକୁ ଯାଞ୍ଚ କଡାକଡି କରାଯାଉଛି।

ସୂଚନା ଅନୁସାରେ, ଗତକାଲି ଅପରାହ୍ନରେ ରାଜୋରୀ ସେକ୍ଟରର ଥାନାମଣ୍ଡି ଅଂଚଳରେ ଯବାନ ବୁଧବାର ସଂଧ୍ୟାରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା। ତେବେ ପୁଞ୍ଛ ଅଂଚଳରେ ସେନା ଟ୍ରକ ଯାଉଥିବା ସମୟରେ ଟ୍ରକ ଓ ଜିପସିକୁ ଟାର୍ଗେଟ୍ କରିଥିଲେ ଆତଙ୍କବାଦୀ। ପୁରା ଅଂଚଳରେ ଆତଙ୍କୀ ସୂଚନା ପାଇବା ପରଠାରୁ ଗତକାଲିଠାରୁ ସେନା ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଏହି ସମୟରେ ଅଚାନକ ଆକ୍ରମଣ କରିଥିଲେ ଆତଙ୍କବାଦୀ। ଯେଉଁଥିରେ ୫ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି।

Leave A Reply

Your email address will not be published.