Odisha Link
Bridging the Missing Links in Odisha

ଅନେକ ସ୍ଥାନରେ ଘନକୁହୁଡ଼ିର ଆସ୍ତରଣ; ଯାତ୍ରୀ ହନ୍ତସନ୍ତ

ଓଏଲ୍‌ ବ୍ୟୁରୋ: ବଢୁଛି ପାରଦ, କମୁଛି ଶୀତ। ଆଜି ସକାଳେ ବିଭିନ୍ନ ସ୍ଥାନରେ ଘନକୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ପାଣିପାଗ ବିଭାଗ ପକ୍ଷରୁ, ଗତକାଲି ସକାଳ ଯାଏ ୧୫ ଜିଲ୍ଲାକୁ ଘନ କୁହୁଡ଼ି ସମ୍ଭାବନା ରହିଥିବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସବୁ ଜିଲ୍ଲାପାଳଙ୍କୁ ଚିଠି ସ୍ବତନ୍ତ୍ର ରିଲିଫ କମିସନର ଚିଠି ଲେଖିଥିଲେ।

ଦୁର୍ଘଟଣା ରୋକିବାକୁ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି।ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟକୁ ବି ଘନ କୁହୁଡ଼ି ସମ୍ଭାବନା ରହିଥିଲା। ତେବେ ଆଜି ସକାଳୁ ଘନକୁହୁଡିର ଆସ୍ତରଣ ପାଇଁ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି।

Leave A Reply

Your email address will not be published.