Odisha Link
Bridging the Missing Links in Odisha

ଅଧରାତିରେ ଭୁବନେଶ୍ବରରେ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ରଘୁ ଆହତ

ଓଏଲ୍‌ ବ୍ୟୁରୋ: ଇଂରାଜୀ ନବବର୍ଷ ପୂର୍ବରୁ ସ୍ମାଟ ସିଟି ଭୁବନେଶ୍ବରରେ ଫୁଟିଲା ଗୁଳି। କୁଖ୍ୟାତ ଅପରାଧୀ ରଘୁ ବିଶ୍ବାଳକୁ ଏନକାଉଣ୍ଟର କରିଛି ଭୁବନେଶ୍ବର କମିଶନରେଟ୍‌ ପୁଲିସ। ପାଟ୍ରୋଲିଂ ସମୟରେ ରଘୁକୁ ପିଛା କରିଥିଲା ପୁଲିସ। ପ୍ରଥମେ ପୁଲିସ ଉପରକୁ ଗୁଳି କରିଥିଲା ରଘୁ। ପାଲଟା ଗୁଳିରେ ଅପରାଧୀ ରଘୁ ଆହତ ହୋଇଥିବା ସୂଚନା ରହିଛି।

ମିଳିଥିବା ସୂଚନା ମୁତାବକ, ବୁଧବାର ବିଳମ୍ବିତ ରାତିରେ ମଞ୍ଚେଶ୍ୱର ଥାନା ପୁଲିସ ଓ ସ୍ପେଶାଲ୍ ସ୍କ୍ୱାର୍ଡ ମିଳିତ ଭାବେ ପାଟ୍ରୋଲିଂ କରୁଥିବା ବେଳେ ରଘୁ ଓ ତାର ଜଣେ ସହଯୋଗୀ ପୁନିଆ ନାୟକ ସନ୍ଦେହଜନକ ଅବସ୍ଥାରେ ବୁଲୁଥିଲେ। ପୁଲିସ ସେମାନଙ୍କୁ ପିଛା କରି ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ସେମାନେ ପୁଲିସ ଉପରକୁ ଗୁଳିମାଡ କରିଥିଲେ। ପୁଲିସର ପାଲଟା ଗୁଳମାଡରେ ରଘୁ ବିଶ୍ୱାଳ ଆହତ ହୋଇଥିଲା।

ପୁଲିସର ଗୁଳି ତା ବାମ ଗୋଡ଼ରେ ବାଜିଥିବା ସୂଚନା ରହିଛି। ଆହତ ଅବସ୍ଥାରେ ରଘୁକୁ ପ୍ରଥମେ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ରଘୁ ନିକଟରୁ ୭.୫ ଏମ୍‌ ଏମ୍‌ର ଏକ ପିସ୍ତଲ ମଧ୍ୟ ଜବତ ହୋଇଛି।

Leave A Reply

Your email address will not be published.