ଅନୁଗୁଳ ଗସ୍ତରେ ୫-ଟି ଅଧ୍ୟକ୍ଷ; ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ପ୍ରଶ୍ନବାଣ
ଓଏଲ୍ ବ୍ୟୁରୋ: ଅନୁଗୁଳ ଜିଲ୍ଲା ଗସ୍ତରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ଅନୁଗୁଳ ଜିଲ୍ଲା ଗସ୍ତରେ ଯାଇ ଗଡ଼ସନ୍ତି ମା’ ଲୋଭୀ ଠାକୁରାଣୀଙ୍କ ପୀଠରେ ମା’ଙ୍କୁ ଦର୍ଶନ କରି ନେଲେ ଆଶୀର୍ବାଦ। ମନ୍ଦିର ଉନ୍ନତି ନେଇ କମିଟିର ଦାବିପତ୍ର ଗ୍ରହଣ କଲେ। ସାଧାରଣ ସଭାରେ ଯୋଗ ଦେବା ପୂର୍ବରୁ ଲୋକଙ୍କ ସହ ମିଶିଥିଲେ। ବିକାଶର ସମୀକ୍ଷା କରିବା ପାଇଁ ଅନୁଗୁଳ ଜିଲ୍ଲାରେ ପହଞ୍ଚିଥିବାବେଳେ ଲୋକଙ୍କ ମଧ୍ୟରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି।
ଅନ୍ୟପଟେ, ନିର୍ବାଚନ ପାଖେଇ ଆସୁଥିବାବେଳେ ବିଭିନ୍ନ ରାଜନୈତିକ ଦଳ ନିଜର ଗୋଟି ଚାଳନା ଆରମ୍ଭ କରିଛନ୍ତି। ତେବେ ଏହି ରେସରେ ବିଜୁ ଜନତା ଦଳ ଖୁବ ଆଗରେ ରହିଥିବା ଚର୍ଚା ହେଉଛି। ଏହାରି ମଧ୍ୟରେ ଆଜି ପାଣ୍ଡିଆନ ଅନୁଗୁଳ ଜିଲ୍ଲା ଗସ୍ତରେ ଯାଇ ଶିକ୍ଷା ଓ ଦକ୍ଷତା ବିକାଶକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନ ପ୍ରଶ୍ନ କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ଏହି ଅଞ୍ଚଳର ବିକାଶ ପାଇଁ କଣ କରିଛନ୍ତି। ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରାଳୟ ତାଙ୍କ ହାତରେ ଅଛି। ଚାହିଁଥିଲେ ଢେଙ୍କାନାଳ ଅନୁଗୁଳରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିପାରନ୍ତା। ବର୍ଷକ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଏଠାକୁ ୪୦ଥର ଆସିଛନ୍ତି। ବର୍ଷକ ମଧ୍ୟରେ ମୁଁ ଦୁଇ ଥର ଆସିଛି। ତାଙ୍କ ୪୦ ଥର ଗସ୍ତରେ ସେ କଣ କରିଛନ୍ତି ଲୋକେ ଜାଣିଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ପାଣ୍ଡିଆନ କରିଛନ୍ତି।