Odisha Link
Bridging the Missing Links in Odisha

ଆଦାନୀ ଗ୍ରୁପକୁ ଆଶ୍ବସ୍ତି; ୩ ମାସ ସମୟ ଦେଲେ ସୁପ୍ରିମକୋର୍ଟ

ଓଏଲ୍‌ ବ୍ୟୁରୋ: ଆଦାନୀ ଗ୍ରୁପକୁ ଆଶ୍ବସ୍ତି। ଆଦାନୀ-ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି କରାଯାଇଛି। ଆଦାନୀ ଗ୍ରୁପକୁ ଆଶ୍ବସ୍ତି ଦେଲେ ସୁପ୍ରିମକୋର୍ଟ। ଖବରକାଗଜ ରିପୋର୍ଟ ଉପରେ ବିଶ୍ବାସ କରିହେବନି ବୋଲି ସୁପ୍ରିମକୋର୍ଟ ଜଣାଇଛନ୍ତି। ସେବି ଏବଂ ଭାରତ ସରକାରଙ୍କ ଦ୍ବାରା ତଦନ୍ତ ଚାଲିଛି। ୨୪ଟି ମାମଲାରୁ ବାକିଥିବା ୨ଟି ମାମଲାର ତଦନ୍ତ ଜାରି ରହିଛି।

୩ ମାସ ଭିତରେ ୨ଟି ମାମଲାର ଯାଞ୍ଚ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେବିର ତଦନ୍ତ ରିପୋର୍ଟ ଉପରେ ହସ୍ତକ୍ଷେପ କରିବାକୁ ମନାକଲେ କୋର୍ଟ। ସେବି ଏ ମାମଲାରେ ତଦନ୍ତ କରିବାକୁ ସକ୍ଷମ ବୋଲି ସୁପ୍ରିମକୋର୍ଟ କହିଛନ୍ତି।