Odisha Link
Bridging the Missing Links in Odisha

ରାଜଧାନୀବାସୀଙ୍କୁ ବିଏମ୍‌ସିର ଚେତାବନୀ; ଖୋଲାରେ ଅଳିଆ ପକାଇଲେ କଟିବ ଫାଇନ

ଓଏଲ୍‌ ବ୍ୟୁରୋ: ରାଜଧାନୀରେ ଖୋଲାରେ ଅଳିଆ ପକାଇଲେ ଫାଇନ କାଟିବ ବିଏମସି। ଏନେଇ ବିଭିନ୍ନ ସଙ୍ଘ ସହ ବୈଠକ କରି ବିଏମସି ସଚେତନ କରିଛି। ଯେଉଁ ଦୋକାନ ଖିଲାପ କରିବେ ତାଙ୍କଠାରୁ ଜରିମାନା ଆଦାୟ କରାଯିବ। ଏନେଇ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି।

ଅନ୍ୟପଟେ, ଭୁବନେଶ୍ବର ସୈନକ ସ୍କୁଲ ପାଖ ଅଳିଆ ପାହାଡ଼କୁ ନେଇ ଅତିଷ୍ଠ ହେଲେଣି ଲୋକେ। ବିଏମସି ଅଳିଆ ପାହାଡ ହଟାଇବା ନାଁ ଧରୁ ନ ଥିବା ବେଳେ ପୁରା ଅଞ୍ଚଳ ପୁତ୍ତି ଗନ୍ଧମୟ ହେଲାଣିା ଆଖପାଖ ଅଞ୍ଚଳରେ ରହିବା, ଉକ୍ତ ଅଞ୍ଚଳ ଦେଇ ଯାତାୟତ କରିବା ଅସମ୍ଭବ ହୋଇ ପଡ଼ିଲାଣି। ଏସବୁ ମଧ୍ୟରେ ରାଜଧାନୀବାସୀଙ୍କୁ ଚେତାଇଛନ୍ତି ଭୁବନେଶ୍ବର ମହାନଗର ନିଗମ କମିଶନର ବିିଜୟ ଅମୃତା କୁଲାଙ୍ଗେ।

ସେ କହିଛନ୍ତି, ଓଦା ଓ ଶୁଖିଲା ଆବର୍ଜନା ଅଲଗା ଆସୁ ନ ଥିବାରୁ ଟ୍ରିଟମେଣ୍ଟ୍ ପ୍ଲାଣ୍ଟରେ ସମସ୍ୟା ହେଉଛିା ସେ ଆହୁରି ରଜାଧାନୀବାସୀଙ୍କୁ କହିଛନ୍ତି ଯେ ପୃଥକ ପୃଥକ ଅଳିଆ ଦିଅନ୍ତୁ , ନ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଅଳିଆ ଆଣିବାକୁ ଦୁଆରମୁହଁକୁ ଗାଡ଼ି ଯାଉଥିବା ବେଳେ ପୃଥକ ଭାବେ ଦେବାକୁ ଅନୁରୋଧ କରୁଛି। ଯେଉଁମାନେ ଏଥିରେ ସହଯୋଗ କରୁ ନାହାନ୍ତି, ନିୟମ ପାଳନ କରୁ ନାହାନ୍ତି ବିଏମସି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ବୋଲି କମିଶନର କହିଛନ୍ତି।

Leave A Reply

Your email address will not be published.