ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ; ଚାଲିଛି ସ୍ୱତନ୍ତ୍ର ଚିକିତ୍ସା

ଓଏଲ୍ ବ୍ୟୁରୋ: ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ହୋଇଥିବା ଖବର ସାମ୍ନାକୁ ଆସିଛି। ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ୫ ଜଣିଆ ଡାକ୍ତରୀ ଟିମ୍ଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ଚିକିତ୍ସା କରାଯାଉଛି। ପୂର୍ବରୁ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅସୁସ୍ଥ ଥିଲା। ଶରୀର ସହ ଅଣ୍ଟା ବ୍ୟଥା ଓ ଦୁର୍ବଳ ଅନୁଭବ କରୁଛନ୍ତି।
ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ସେ କହିଥିଲେ ଯେ, କିଛି ଦିନ ହେଲା ତାଙ୍କୁ କିଛି ଭଲ ଲାଗୁନାହିଁ। କିଛି ଖାଇବାକୁ ଇଚ୍ଛା ହେଉନି। ଦେହ, ହାତଗୋଡ଼ ବ୍ୟଥା ହେଉଛି। ଅଧିକ ଥଣ୍ଡା ହେଉଥିବାରୁ ଅଣ୍ଟାବ୍ୟଥା ହେଉଛି। ପୂର୍ବରୁ ପଡ଼ିଯାଇଥିବାରୁ ଅଣ୍ଟାରେ ମାଡ଼ ହୋଇଥିଲା। ଏଥିପାଇଁ ଅଣ୍ଟା ବ୍ୟଥା ମଧ୍ୟ ହେଉଥିବା ସେ କହିଥିଲେ।