Odisha Link
Bridging the Missing Links in Odisha

ହାଇଟେକ୍‌ ହସ୍ପିଟାଲ ଟ୍ରାଜେଡି: ଉତ୍ତେଜନା ପରେ ମୁହଁ ଖୋଲିଲେ ଡିସିପି

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱର ପାଣ୍ଡରା ସ୍ଥିତ ହାଇଟେକ୍ ହସ୍ପିଟାଲରେ ଡିସେମ୍ବର ୨୯ରେ ବିସ୍ଫୋରଣ ଘଟଣା ସାମ୍ନାକୁ ଆସିଥିଲା। ଏହି ବିସ୍ଫୋରଣରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ଶ୍ରୀତମ ସାହୁ ଏବଂ ତାଙ୍କ ଘର ପୁରୀ ଜିଲ୍ଲା ଡେଲାଙ୍ଗର ଚାଇଁପୁର ଗାଁରେ। ଶ୍ରୀତମଙ୍କୁ ମିଶାଇ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି।

ଅନ୍ୟପଟେ, ହାଇଟେକ୍‌ ମେଡିକାଲ ବିସ୍ଫୋରଣ ଘଟଣାରେ ଉତ୍ତେଜନା ବଢ଼ିବାରେ ଲାଗିଛି। ମୃତଦେହ ଚିହ୍ନଟକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ନିଜକୁ ଦିଲ୍ଲୀପ କହୁଥିବା ଜ୍ୟୋତି ମଲ୍ଲିକଙ୍କ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯଦି ଦିଲ୍ଲୀପ ଜୀବିତ ତାହାଲେ ଜ୍ୟୋତି କୁଆଡେ ଗଲା? ଆମକୁ ଆମ ଜ୍ୟୋତି ଦରକାର, ଜ୍ୟୋତିକୁ ଫେରାଅ ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ଏହା ସହ ଏହି ଘଟଣାରେ ଜ୍ୟୋତିରଞ୍ଜନ ମଲ୍ଲିକଙ୍କ ବାପା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଚିକିତ୍ସିତ ବ୍ୟକ୍ତି ନିଜ ପୁଅ ନୁହେଁ। ମୋ ସଂସାର ବୁଡ଼ିଗଲା, ମୋର କେହି ନାହାନ୍ତି। ମେଡିକାଲର ଭୁଲ ଯୋଗୁଁ ପୁଅକୁ ଶେଷଥର ବି ଦେଖିପାରିଲିନି। ଘଟଣା ଦିନ ପୁଅ ପୋଡି ଯାଇଥିବା ଖବର ପାଇ ମେଡିକାଲ ଆସିଥିଲି। ମୁହଁ ଜଳିଯାଇଥିଲା, ବ୍ୟାଣ୍ଡେଜ ବନ୍ଧାଥିବାରୁ ଜାଣିପାରିନଥିଲି। ବ୍ୟାଣ୍ଡେଜ ଖୋଲା ପରେ ବ୍ୟକ୍ତି ଜଣଙ୍କ ନିଜ ପରିଚୟ ଦେଇଥିଲା। ସନ୍ଦେହ ହେବାରୁ ତାର ୨ ଗୋଡ ଭଲ ସେ ଦେଖିଥିଲି। ମୋ ପୁଅ ଗୋଡରେ ଦାଗ ଅଛି, ତା’ ଗୋଡ଼ରେ ନାହିଁ ବୋଲି ଜ୍ୟୋତିରଞ୍ଜନ ମଲ୍ଲିକଙ୍କ ବାପା ପ୍ରତିକ୍ରିୟା ରଖିଛନ୍ତି।

ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ଡିସିପି ପ୍ରତୀକ ସିଂ। ସେ କହିଛନ୍ତି, ପ୍ରଥମ ଦିନରୁ ହୋଇଥିବା ଘଟଣା ଅନୁସାରେ ତଦନ୍ତ ହେବ। ବିସ୍ଫୋରଣରେ ୪ ଜଣଙ୍କ ଅବସ୍ଥା ଗୁରୁତର ଥିଲା। ଠିକାଦାର କହିଥିବା ପରିଚୟରେ ସେମାନଙ୍କ ଚିକିତ୍ସା କରାଗଲା।ଠିକାଦାର ସେହି ମେଡିକାଲର ଷ୍ଟାଫ୍; ତାଙ୍କୁ ପଚରାଉଚରା ହେଇଛି।। ପ୍ରଥମ ବ୍ୟକ୍ତିର ମୃତ୍ୟୁ ପରେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା। ପରିବାର ଲୋକଙ୍କ ଉପସ୍ଥିତିରେ ପୋଷ୍ଟମର୍ଟମ ହୋଇଥିଲା। ଜଣେ ADCPଙ୍କ ନେତୃତ୍ୱରେ ମଞ୍ଚେଶ୍ୱର ପୋଲିସ ତଦନ୍ତ କରୁଛି। ଅବହେଳା ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି।

ସୂଚନା ଅନୁସାରେ, ଡିସେମ୍ବର ୨୯ରେ ହାଇଟେକ୍‌ ହସ୍ପିଟାଲରେ ବିସ୍ଫୋରଣ ହୋଇଥିଲା। ହସ୍ପିଟାଲ ପରିସରରେ ଏସି ଗ୍ୟାସ୍‌ ଫିଲିଂ କରାଯାଉଥିବାବେଳେ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ୪ ଜଣ ଗୁରୁତର ଆହତ ହୋଇଥିଲେ। ତେବେ ଏହି ବିସ୍ଫୋରଣର ଦୁଇ ଦିନ ପରେ ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ ଏବେ ବି ଦୁଇ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

Leave A Reply

Your email address will not be published.