Odisha Link
Bridging the Missing Links in Odisha

ଲୋକାର୍ପିତ ହେଲା ପରିକ୍ରମା ପ୍ରକଳ୍ପ; ମହାଯଜ୍ଞରେ ପୂର୍ଣ୍ଣାହୁତି ଦେଲେ ଗଜପତି ମହାରାଜ

ଓଏଲ୍‌ ବ୍ୟୁରୋ: ଐତିହ୍ୟରେ ଯୋଡ଼ିହେଲା ନୂଆ ଫର୍ଦ୍ଦ। ରୂପାନ୍ତରଣର ସ୍ପର୍ଶରେ ସଜେଇ ହୋଇଛି ପୁରୀ ବଡଦାଣ୍ଡ। ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ଉତ୍ସବ ମୁଖର ଜଗନ୍ନାଥ ଧାମ। ହେଲିପ୍ୟାଡରେ ଓହ୍ଲାଇ ମୁଖ୍ୟମନ୍ତ୍ରୀ ଶ୍ରୀକ୍ଷେତ୍ର ପହଞ୍ଚିଥିଲେ। ଶ୍ରୀସେତୁ ଓ ଶ୍ରୀମାର୍ଗର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଅନ୍ୟପଟେ, ଆଜି ମହାଯଜ୍ଞର ଶେଷ ଦିନରେ ପୂର୍ଣ୍ଣାହୁତି ଦେଲେ ଗଜପତି ମହାରାଜ। ଶ୍ରୀମନ୍ଦିର ଚାରିଦ୍ୱାର ଋଗ, ସାମ, ଯର୍ଜୁ ଓ ଅଥର୍ବ ବେଦ ମନ୍ତ୍ରରେ ପ୍ରକମ୍ପିତ ହୋଇଛି। ନିର୍ଦ୍ଦାରିତ କାର୍ଯ୍ୟସୂଚୀ ଅନୁସାରେ ଶ୍ରୀକ୍ଷେତ୍ରରେ ମହାଯଜ୍ଞର ଶୁଭାରମ୍ଭ ହୋଇଥିଲା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଯଜ୍ଞ ଲାଗି ପୂଜାର୍ଚ୍ଚନା ହୋଇଥିଲା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମହାଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ପୂର୍ଣ୍ଣାହୁତି ବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଛନ୍ତି।

Leave A Reply

Your email address will not be published.