Odisha Link
Bridging the Missing Links in Odisha

ମାହାଙ୍ଗା ଡବଲ୍ ମର୍ଡର ମାମଲା: ପ୍ରତାପ ଜେନାଙ୍କୁ ସାମୟିକ ଆଶ୍ବସ୍ତି

ଓଏଲ୍‌ ବ୍ୟୁରୋ: ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ପ୍ରତାପ ଜେନାଙ୍କୁ ପୁଣି ସାମୟିକ ଆଶ୍ବସ୍ତି ମିଳିଛି। ଉଭୟ ପକ୍ଷଙ୍କ ସହମତିରେ ଶୁଣାଣି ଘୁଞ୍ଚାଇଲେ ହାଇକୋର୍ଟ। ଫେବ୍ରୁଆରୀ ୧ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ପୂର୍ବରୁ ପ୍ରତାପଙ୍କ ପ୍ରତି ଲାଗୁ ପୂର୍ବ ନିର୍ଦ୍ଦେଶ ବଳବତ୍ତର ରଖିଥିଲେ ହାଇକୋର୍ଟ। ପ୍ରତାପଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ନିର୍ଦ୍ଦେଶ ବଳବତ୍ତର ରହିଥିଲା।

ସୂଚନା ଅନୁସାରେ, ପୂର୍ବରୁ ସାଲେପୁର ଜେଏମଏଫସି କୋର୍ଟ ପ୍ରତାପ ଜେନାଙ୍କୁ ୨ ସପ୍ତାହ ମହଲତ ପ୍ରଦାନ କରିଥିଲା। ଆବେଦନ ଅନୁସାରେ ଶୁଣାଣି ପାଇଁ ୨ ସପ୍ତାହ ସମୟ ଦିଆଯାଇଥିଲା। ବ୍ୟକ୍ତିଗତ ହାଜିରାରୁ ବାଦ୍ ଦେବାକୁ ପ୍ରତାପ ଜେନା ଆବେଦନ କରିଥିଲେ। ଏନେଇ ଶୁଣାଣି ପାଇଁ ୨ ସପ୍ତାହ ଦେବାକୁ ଆବେଦନ କରିଥିଲେ।

ଅଭିଯୋଗ ମୁତାବିକ, ସାକ୍ଷୀଙ୍କ ବୟାନ ଓ ଅନ୍ୟ ରେକର୍ଡରୁ ବିଧାୟକଙ୍କ ବିରୋଧରେ ହତ୍ୟା, ଅପରାଧିକ ଷଡଯନ୍ତ୍ର, ହତ୍ୟା ଧମକ ଅଭିଯୋଗ ନେଇ ଆପାତତଃ ମାମଲା ରହିଛି ବୋଲି କହିଛନ୍ତି ଅଦାଲତ। ଜାନୁୟାରୀ ୨୦୨୧ରେ ମାହାଙ୍ଗାରେ ଘଟିଥିଲା ଡବଲ୍ ମର୍ଡର। କୁଳମଣି ବରାଳ ଏବଂ ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ୧୩ ଜଣଙ୍କ ନାଁରେ ଅଭିଯୋଗ ହୋଇଥିଲା। ଏଥିରୁ ୯ ଜଣ ଗିରଫ ହୋଇଥିଲେ। ଏତଲା ଅନୁସାରେ ୧୩ ନମ୍ବର ଅଭିଯୁକ୍ତ ଥିଲେ ପ୍ରତାପ ଜେନା। ତେବେ ପରବର୍ତୀ ସମୟରେ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ହୋଇଯାଇଥିଲା।

Leave A Reply

Your email address will not be published.