Odisha Link
Bridging the Missing Links in Odisha

ଯୁବକଙ୍କ ଅଭିନବ ପ୍ରୟାସ; ୨୦ କିଲୋ ବିସ୍କୁଟରେ ପ୍ରସ୍ତୁତ କଲେ ରାମମନ୍ଦିର!

ଓଏଲ୍‌ ବ୍ୟୁରୋ: ଅଗଣିତ ରାମଭକ୍ତଙ୍କ ଅପେକ୍ଷାର ହେବ ଅନ୍ତ, ଅଯୋଧ୍ୟା ରାମ ମନ୍ଦିରରେ ବିରାଜମାନ ହେବେ ରାମଲାଲା। ଆଉ ମାତ୍ର ଅଳ୍ପ ଦିନର ଅପେକ୍ଷା, ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ପାଇଁ ଚାଲିଛି ସଜବାଜ। ଏବେଠୁ ଅଯୋଧ୍ୟାକୁ ରାମଭକ୍ତଙ୍କ ସୁଅ ଛୁଟିଲାଣି। ହୋମ ଯଜ୍ଞରେ କମ୍ପୂଛି ଅଯୋଧ୍ୟା ନଗରୀ। ଆଜି ଦ୍ୱିତୀୟ ଦିନରେ ରାମ ଲାଲା ମନ୍ଦିରରେ ପ୍ରବେଶ କରିବେ। ଏହା ପରେ ତାଙ୍କୁ ରାମ ଜନ୍ମଭୂମୀ ଭ୍ରମଣ କରାଯିବ ବୋଲି ସୂଚନା ରହିଛି।

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସାରା ଦେଶ ଚଳଚଂଚଳ ଥିବାବେଳେ ପଶ୍ଚିମବଙ୍ଗ ଦୁର୍ଗାପୁରର ଜଣେ ବ୍ୟକ୍ତି ଚର୍ଚାର ବିଷୟ ପାଲଟିଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ବେଶ ଭାଇରାଲ ହେବାର ଲାଗିଛି, ଯେଉଁଥିରେ ପଶ୍ଚିମବଙ୍ଗର ଦୁର୍ଗାପୁରର ବ୍ୟକ୍ତି ଥର୍ମୋକୁଲ୍ସ, ପ୍ଲାଇଡ୍, ଗ୍ଲୁ-ବନ୍ଧୁକ, ଏବଂ ବିସ୍କୁଟଗୁଡିକୁ ନିୟୋଜିତ କରି ଯତ୍ନର ସହିତ ଏକ ରାମ ମନ୍ଦିର ସଦୃଶ ଏକ ଆକୃତି କରିଛନ୍ତି। ଯେଉଁଥିରେ ସେ ୨୦ କେଜି ପାରଲେଜି ବିସ୍କୁଟ ବ୍ୟବହାର କରିଛନ୍ତି।

ଅନ୍ୟପଟେ, ପ୍ରାଣ ପ୍ରତିଷ୍ଠାର ସମସ୍ତ ପ୍ରକାର ରୀତିନୀତି ନେଇ ସୂଚନା ଆସିଛି। ସାଂସ୍କୃତିକ ପରମ୍ପରା ସହ ସମସ୍ତ କାର୍ଯ୍ୟ ସମ୍ପାଦନ ହେବ। ଆଉ ୫ ଦିନ ବାକି ରହିଲା, ସମସ୍ତ ମନ୍ଦିରରେ ସଫେଇ କରାଯାଉଛି। ସବୁ ମନ୍ଦିରରେ ଶଙ୍ଖଧ୍ୱନି, ଭଜନ କୀର୍ତ୍ତନ କରି ପ୍ରଚାର କରାଯାଉଛି। ବିଚାରପତି, ବୈଜ୍ଞାନିକ, ସୈନିକ ଓ ଅନ୍ୟାନ୍ୟ ବର୍ଗଙ୍କୁ ନିମନ୍ତ୍ରଣ କରାଯାଇଛି। ୨ ତାରିଖ ଅପରାହ୍ନ ୧୨ଟା ୨୦ରୁ ପ୍ରାଣ ପ୍ରତିଷ୍ଠା ଆରମ୍ଭ ହେବ। ଅପରାହ୍ନ ୧ଟା ସୁଦ୍ଧା କାର୍ଯ୍ୟ ସମ୍ପାଦନ ପାଇଁ ସ୍ଥିରୀକୃତ ହୋଇଛି।

ଜାନୁଆରୀ ୧୯ରୁ ଲକ୍ଷ୍ନୌରୁ ଅଯୋଧ୍ୟା ହେଲିକପ୍ଟର ସେବା ଚାଲିବ। ଅଯୋଧ୍ୟା ଆଖପାଖର ବିମାନବନ୍ଦର ସହ ମଧ୍ୟ ଆଲୋଚନା ହେବ। ପ୍ରାୟ ୧୦୦ଟି ବିମାନ ଆସିବା ନେଇ ଆମ ପାଖରେ ସୂଚନା ପହଞ୍ଚିଛି। ସ୍ୱତନ୍ତ୍ର ବିମାନ ସହ ନିୟମିତ ବିମାନର ଉଡ଼ାଣ ମଧ୍ୟ ଜାରି ରହିବ। ୫୬ଟି ଦେଶରୁ ଶ୍ରଦ୍ଧାଳୁଙ୍କୁ ଆସିବା ପାଇଁ ନିମନ୍ତ୍ରଣ କରାଯାଇଛି ବୋଲି କମିଟି ମହାସଚିବ ଚମ୍ପତ ରାୟ ସୂଚନା ଦେଇଛନ୍ତି।

ଅଯୋଧ୍ୟା ଶ୍ରୀରାମ ମନ୍ଦିର ସମ୍ମୁଖରେ ଗରୁଡ଼-ହନୁମାନ-ଗଜ ଏବଂ ସିଂହଙ୍କ ପ୍ରତିମା ସ୍ଥାପନ ହୋଇଛି। ଏହି ପ୍ରତିମାଗୁଡ଼ିକୁ ରାଜସ୍ଥାନର ବଂଶୀ ପାହାଡ଼ପୁରର ଗୋଲାପି ରଙ୍ଗର ଏକ ସ୍ୱତନ୍ତ୍ର ପଥରରେ ତିଆରି କରାଯାଇଛି। ପୌଷମାସ ଦ୍ୱାଦଶୀ ତିଥିରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମସ୍ଥାନରେ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ସମ୍ପନ୍ନ କରାଯିବ।

Leave A Reply

Your email address will not be published.