Odisha Link
Bridging the Missing Links in Odisha

ଢେଙ୍କାନାଳ ଷ୍ଟେସନ ନିକଟରେ ଦୁର୍ଘଟଣା: ଅପଲାଇନରେ ଟ୍ରେନ ଚଳାଚଳ ବନ୍ଦ

ଓଏଲ୍‌ ବ୍ୟୁରୋ: କିଛି ଦିନ ହେବ ଲଗାତାର ଭାବେ ରେଳ ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି। ରେଳ ଦୁର୍ଘଟଣା କିଛି କ୍ଷତି କରୁ ଅବା ନକରୁ ବରଂ ଏହି ଖବର ଭୟ ସୃଷ୍ଟି କରିଛି। ବର୍ତ୍ତମାନ ଢେଙ୍କାନାଳ କମଳାଙ୍ଗ ଷ୍ଟେସନ ନିକଟରେ ଦୁର୍ଘଟଣା ହୋଇଛି। ଟ୍ରେନର ଦୁଇଟି ବଗିର ତିନୋଟି ଚକା ଲାଇନଚ୍ୟୁତ ହୋଇଛି। ମାଲଗାଡ଼ିଟି ଅପ୍ ଲାଇନରେ ଡୁବୁରୀରୁ ତାଳଚେର ଯାଉଥିଲା। ବର୍ତ୍ତମାନ ଅପଲାଇନରେ ଟ୍ରେନ ଚଳାଚଳ ବନ୍ଦ କରାଯଇଛି।