Odisha Link
Bridging the Missing Links in Odisha

ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ପଞ୍ଚମ ଦିନ; ଆଜି ଦେଖିବାକୁ ମିଳିବ କୃଷ୍ଣ ବଳରାମଙ୍କ ବାଲ୍ୟଲୀଳା

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଗତ ୧୫ ତାରିଖରୁ ବରଗଡ଼ରେ ୭୬ତମ ଧନୁଯାତ୍ରା ଉଦ୍ଘାଟନ ହୋଇଛି। ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ କଂସଙ୍କ ଶାସନରେ ଦୁଲୁକିଲା ବରଗଡ଼। ୧୧ ଦିନ ଧିର ଚାଲିବ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା। ବିଶ୍ଵର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପ୍ରସିଦ୍ଧି ପାଇଛି ବରଗଡ଼ର ଧନୁଯାତ୍ରା ମହୋତ୍ସବ। ତେବେ ଆଜି ଧନୁଯାତ୍ରାର ପଞ୍ଚମ ଦିନ। ତୃତୀୟ ଦିନରେ ଶିଶୁକନ୍ୟାକୁ ପଥର ଶିଳାରେ କଚାଡିବାବେଳେ କଂସ ହାତରୁ ଶିଶୁକନ୍ୟାଟି ଅନ୍ତର୍ଧ୍ୟାନ ହୋଇଯାଉଛି ଏବଂ ଶୂନ୍ୟ ମହାକାଶରେ କହିଛନ୍ତି ଦୈଵବାଣୀ “ରେ କଂସ ତତେ ମାରିବ ଯିଏ ଗୋପରେ ବଢୁଛି ସିଏ”।

ଏପଟେ ମହାରାଜ କଂସ ସଡମଲ୍ଲଙ୍କ ସହ ପୁତନାର ନିଧନରେ ମର୍ମାହତ ହୋଇ ଗୋପପୁରକୁ କୃଷ୍ଣ ବଳରାମଙ୍କୁ ମାରିବା ପାଇଁ କାଳୀୟ ନାଗକୁ ପଠାଇଛନ୍ତି। ଚତୁର୍ଥ ଦିନରେ ଗୋପପୁରର ଦୃଶ୍ୟ ଥିଲା ବେଶ ନିଆରା, ସତେ ଯେପରି ଦ୍ୱାପର ଯୁଗ ଭଳି ଲାଗୁଥିଲା। ଭଗବାନ ଶ୍ରୀକୃଷ୍ଣ ଓ ବଡ଼ଭାଇ ବଳରାମ ଚନ୍ଦ୍ରକଳା ପରି ନନ୍ଦ ଉଆସରେ ବଢ଼ିବାରେ ଲାଗିଥିବା ବେଳେ ଗୋପପୁରରେ ଭଗବାନଙ୍କ ନଗର ପରିକ୍ରମା ପାଇଁ ଆୟୋଜନ କରାଯାଇଥିଲା। ଏଥିପାଇଁ ସାରା ଗୋପପୁର ଉତ୍ସବ ମୁଖରିତ ହୋଇଥିବା ବେଳେ ଘରେ ଘରେ ଝୋଟି ପକା ଯାଇଛି, କୃଷ୍ଣ ବଳରାମଙ୍କ ପାଦଧୋଇ ଧୂପ ଦୀପ ନାଇବେଦ୍ୟ ଦେଇ ପୂଜାଅର୍ଚ୍ଚନା କରାଯାଇଛି। ଘରେ ଘରେ କୃଷ୍ଣ ବଳରାମଙ୍କୁ ପୂଜାର୍ଚ୍ଚନା କରାଯାଉଥିବା ବେଳେ କୃଷ୍ଣ ବଳରାମଙ୍କୁ ପାଖରେ ପାଇଁ ଗୋପପୁର ବାସୀ ଉତ୍ସାହୀତ ହୋଇ ପଡିଛନ୍ତି ।

Leave A Reply

Your email address will not be published.