Odisha Link
Bridging the Missing Links in Odisha

ଇତିହାସ ରଚିବେ ମହିଳା; କର୍ତ୍ତବ୍ୟ ପଥରେ ଚାଲିଛି ରିପବ୍ଲିକ ଡେ’ ପରେଡ ଅଭ୍ୟାସ

ଓଏଲ୍‌ ବ୍ୟୁରୋ: ଇତିହାସ ରଚିବେ ମହିଳା। ପ୍ରଥମଥର ପାଇଁ କର୍ତ୍ତବ୍ୟପଥରେ ସାଧାରଣତନ୍ତ୍ର ପରେଡରେ ଭାଗ ନେବେ ବିଏସଏଫର ମହିଳା କାଣ୍ଟିଜେଣ୍ଟ। ଏଥିପାଇଁ କର୍ତ୍ତବ୍ୟ ପଥରେ ରିପବ୍ଲିକ ଡେ’ ପରେଡ ଅଭ୍ୟାସ ଚାଲିଛି। ଏହା ସହ ନୂଆଦିଲ୍ଲୀ ଗଣତନ୍ତ୍ର ଦିବସରେ ସ୍ଥାନ ପାଇବ ଓଡ଼ିଶା ପ୍ରଜ୍ଞାପନ ମେଢ଼। ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମଡେଲ ମନୋନୀତ ହୋଇଥିବା ସୂଚନା ମିଳିଛି। ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଚିଠି କରାଯାଇଛି।

୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମଡେଲ ଚୂଡ଼ାନ୍ତ ନେଇ ଚିଠି ହୋଇଛି। ମଡେଲ ମନୋନୀତ ସହ, ଏ ସଂପର୍କୀତ ଗାଇଡଲାଇନ ନେଇ ଚିଠି ଜାରି କରାଯାଇଛି। ଚଳିତ ବର୍ଷ ଓଡ଼ିଶା ପକ୍ଷରୁ ରଘୁରାଜପୁର ଶିଳ୍ପୀଗ୍ରାମ ମଡେଲ ପଠାଯାଇଥିଲା। ରଘୁରାଜପୁର ଶିଳ୍ପୀଗ୍ରାମ ଓ ମହିଳା ସଶକ୍ତୀକରଣ ମଡେଲ ପଠାଯାଇଥିଲା।