Odisha Link
Bridging the Missing Links in Odisha

କର୍ପୂରୀ ଠାକୁରଙ୍କୁ ମିଳିବ ମରଣୋତ୍ତର ଭାରତରତ୍ନ, ଜାଣନ୍ତୁ କିଏ ସେ ?

ଓଏଲ୍‌ ବ୍ୟୁରୋ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କୁ ମିଳିବ ଭାରତ ରତ୍ନ ସମ୍ମାନ।ମରଣୋତ୍ତର ଭାବେ ତାଙ୍କୁ ମିଳିବ ଭାରତରତ୍ନ ସମ୍ମାନ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି କର୍ପୁରୀ ଠାକୁରଙ୍କ ଜୟନ୍ତୀ ଥିବା ବେଳେ ଭାରତ ରତ୍ନ ପୁରସ୍କାର ଘୋଷଣା କରାଯାଇଛି। ସୂଚନାଥାଉକି, ଦୀର୍ଘଦିନ ହେଲା ଶ୍ରୀ ଠାକୁରଙ୍କୁ ଭାରତ ରତ୍ନ ପୁରସ୍କାର ଦେବାକୁ ଦାବି ହେଉଥିଲା।

କର୍ପୁରୀ ଠାକୁର କିଏ?

୧୯୨୪ ମସିହା ଜାନୁଆରୀ ୨୪ ତାରିଖରେ ବିହାରର ପିତୌଞ୍ଜିଆ ଗାଁରେ ଜନ୍ମ ହୋଇଥିଲେ। ଏହି ଗାଁଟି ଏବେ କର୍ପୂରୀ ଗ୍ରାମ ଭାବେ ଜଣାଶୁଣା। ୧୯୮୮ ମସିହା ଫେପ୍ରୁଆରୀ ୧୭ ତାରିଖରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। କର୍ପୁରୀ ଠାକୁର ହେଉଛନ୍ତି ଏକାଧାରରେ ଜଣେ ସମାଜସେବୀ ଓ ଜଣେ ଦକ୍ଷ ନେତା। ବିହାରର ଦଳିତ ବର୍ଗଙ୍କ ପାଇଁ ସେ ଅନେକ ସମୟରେ ସ୍ବର ଉତ୍ତୋଳନ କରିଛନ୍ତି। ବିହାରର ରାଜନୈତିକ ପୃଷ୍ଠଭୂମିରେ ଜଣେ ଖୁବ୍‌ ପ୍ରଭାବଶାଳୀ ନେତା।

ବିହାରର ‘ଜନନାୟକ’ ଭାବେ ଜଣାଶୁଣା କର୍ପୁରୀ ବିହାରର ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ମୁଖ୍ୟମନ୍ତ୍ରୀ ଭାବରେ ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୂରା କରିପାରି ନାହାନ୍ତି। ପ୍ରଥମ ଥର ପାଇଁ ସେ ସୋସାଲିଷ୍ଟ ପାର୍ଟି ଏବଂ ଭାରତୀୟ କ୍ରାନ୍ତି ଦଳରୁ ମୁଖ୍ୟମନ୍ତ୍ରୀ ହୋଇ ୧୯୭୦ରୁ ଜୁନ୍‌ ୧୯୭୧ ପର୍ଯ୍ୟନ୍ତ ରହିଥିଲେ। ଏହାପରେ ଜନତା ପାର୍ଟି ସରକାରରେ ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ। ସେ ସମ୍ପୂର୍ଣ୍ଣ ୫ବର୍ଷ କେବେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟକାଳ ପୂରଣ କରି ପାରି ନାହାନ୍ତି।

Leave A Reply

Your email address will not be published.