Odisha Link
Bridging the Missing Links in Odisha

ରାହୁଲଙ୍କୁ ନେଇ ଦ୍ରାବିଡ଼ଙ୍କ ବଡ଼ ବୟାନ, କହିଲେ-ସେ ଆଉ କିପିଂ…

ଓଏଲ୍‌ ବ୍ୟୁରୋ: ଜାନୁଆରୀ ୨୫ ତାରିଖରୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ। ଏଥିପାଇଁ ଦୁଇ ଦଳ କରୁଛନ୍ତି ପ୍ରସ୍ତୁତି। ଏସବୁ ମଧ୍ୟରେ ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟସମ୍ୟାନ୍‌ ବିରାଟ କୋହଲି ସିରିଜର ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍‌ ଖେଳିବେ ନାହିଁ ବୋଲି ସ୍ପଷ୍ଟ ହୋଇ ସାରିଛି। ତେବେ ମ୍ୟାଚ୍‌ ପୂର୍ବରୁ ଭାରତର ଷ୍ଟାର କ୍ରିକେଟର କେଏଲ ରାହୁଲଙ୍କଠୁ ଓ୍ବିକେଟ କିପିଂ ଦାୟିତ୍ବ ଛଡ଼ାଇ ନିଆଯାଇଛି। ଯାହାକୁ ନେଇ ଅନେକ ପ୍ରଶ୍ନ ଛଠିବାରେ ଲାଗିଛି।

ମଙ୍ଗଳବାର ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ଼ କହିଛନ୍ତି, କେ ଏଲ ରାହୁଲ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଓ୍ବିକେଟ କିପିଂ ଦାୟିତ୍ବ ସମ୍ଭାଳିବେ ନାହିଁ। ସେ କେବଳ ବ୍ୟାଟସମ୍ୟାନ୍‌ ଭାବେ ଦଳରେ ଖେଳିବେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଏମିତି ନିଷ୍ପତ୍ତି ନିଆଯାଇଛି। ଦଳରେ ଦୁଇଜଣ ଓ୍ବିକେଟ କିପର ଅଛନ୍ତି। ଦୁଇଟି ବିକଳ୍ପର ଉପଯୋଗ କରିବାକୁ ହେବ ବୋଲି ଦ୍ରାବିଡ଼ କହିଛନ୍ତି।

ଏବେ ଭାରତୀୟ ଟେଷ୍ଟ ଦଳରେ କେଏସ ଭରତ ଓ ଧ୍ରୁବ ଜୁରେଲ ଦୁଇଜଣ ଓ୍ବିକେଟ କିପର ବ୍ୟାଟସମ୍ୟାନ୍‌ ରହିଛନ୍ତି। ଭରତ ଗତ ବର୍ଷ ଫେବ୍ରୁଆରୀରେ ଟେଷ୍ଟରେ ପଦାର୍ପଣ କରିଥିଲେ। ଅନ୍ୟପଟେ ଜୁରେଲ ଏପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ନାହାନ୍ତି। ସୂଚନାଥାଉକି, ଭାରତ-ଇଂଲଣ୍ଡ ମଧ୍ୟରେ ୫ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍କଲାର ପ୍ରଥମ ମ୍ୟାଚ୍‌ ଗୁରୁବାର ହାଇଦ୍ରାବଦରେ ଖେଳାଯିବ।

Leave A Reply

Your email address will not be published.