Odisha Link
Bridging the Missing Links in Odisha

ଓଡ଼ିଶାରେ ହେବ ପ୍ରଥମ ଗ୍ରୀନ ଆମୋନିଆ ପ୍ଲାଣ୍ଟ; ଆବଣ୍ଟନ ହେଲା ୩୪୦ ଏକର ଜମି

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ହେବ ବିଶ୍ବର ପ୍ରଥମ ଗ୍ରୀନ ଆମୋନିଆ ପ୍ଲାଣ୍ଟ। ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ଆମୋନିଆ ପ୍ଲାଣ୍ଟ ଖୋଲାଯିବ। ଏଥିପାଇଁ ୩୪୦ ଏକର ଜାଗା ଆବଣ୍ଟନ କରାଯାଇଛି। ଏସିଏମଇ ଗ୍ରୁପ ଜାପାନର ଆଇଏଚଆଇ ସହ ମିଶି ଏକ ପ୍ରକଳ୍ପରେ କାମ କରିବେ। ଟାଟା ଷ୍ଟିଲ୍ ସ୍ପେସାଲ ଇକୋନମିକ ଜୋନ୍ ଶିଳ୍ପ ପାର୍କରେ ଏହି ଗ୍ରୀନ ହାଇଡ୍ରୋଜେନ ପ୍ଲାଣ୍ଟ ପ୍ରତିଷ୍ଠା କରିବ ଦେଶର ଅଗ୍ରଣୀ ଅକ୍ଷୟ ଶକ୍ତି କମ୍ପାନୀ ଏସିଏମଇ ଗ୍ରୁପ୍।

ସୂଚନା ଅନୁସାରେ, ପୂର୍ବରୁ ଏଥିଲାଗି ଭୁବନେଶ୍ୱରରେ ଉଭୟ କମ୍ପାନୀ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା। ଏମଓୟୁ ମୁତାବକ ଏସିଏମଇ କ୍ଲିନ୍ ଏନର୍ଜି ଟାଟା ଷ୍ଟିଲ ଏସଇଜେଡରେ ୩୪୩ ଏକର ଜମି ଉପରେ ସ୍ଥାପନ ହେବ ଏହି ଗ୍ରୀନ ହାଇଡ୍ରୋଜେନ ପ୍ଲାଣ୍ଟ। ୧.୩ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏହି ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ୫୮ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବ ଏସିଏମଇ ଏନର୍ଜି। ଦୁଇରୁ ଅଢେଇ ବର୍ଷ ମଧ୍ୟରେ ପ୍ଲାଣ୍ଟରୁ ଉତ୍ପାଦନ ଆରମ୍ଭ ହେବ ବୋଲି କଂପାନି ପକ୍ଷରୁ ସୂଚନା ଦିଆଯାଇଥିଲା।

Leave A Reply

Your email address will not be published.