Odisha Link
Bridging the Missing Links in Odisha

ଲୋକମତ ପାର୍ଲାମେଣ୍ଟ ଆୱାର୍ଡ ୨୦୨୩: ସର୍ବଶ୍ରେଷ୍ଠ ସାଂସଦ ପୁରସ୍କାର ପାଇଲେ ସସ୍ମିତ ପାତ୍ର

ଓଏଲ୍‌ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଜାତୀୟ ବଜେଟ ଉପସ୍ଥାପନା କରାଯାଇଛି। ଏହା ପରେ ରାଜ୍ୟସଭା ଓ ଲୋକସଭାରେ ବିଭିନ୍ନ ଦାବି ଜାରି ରହିଛି। ଏହାରି ଭିତରେ ବିଜେଡି ସାଂସଦ ସସ୍ମିତ ପାତ୍ର ଓଡ଼ିଶାର ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି। ଓଡ଼ିଶାର ବିଭିନ୍ନ ଦାବିକୁ ଉପସ୍ଥାପନା କରୁଥିବା ସାଂସଦ ସସ୍ମିତ ପାତ୍ର ସର୍ବଶ୍ରେଷ୍ଠ ସାଂସଦ ପୁରସ୍କାର ହାତେଇଛନ୍ତି। ଲୋକମତ ପାର୍ଲାମେଣ୍ଟ ଆୱାର୍ଡ ୨୦୨୩ରେ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ସାଂସଦ ଶଶି ଥରୂର ପୁରସ୍କୃତ ହୋଇଛନ୍ତି। ସେହିଭଳି ବିଭିନ୍ନ ବର୍ଗରେ ଅନ୍ୟ ୬ ସାଂସଦଙ୍କୁ ବି ପୁରସ୍କାର ପ୍ରଦାନ କରାଯାଇଛି।