Odisha Link
Bridging the Missing Links in Odisha

ଦିଲ୍ଲୀରେ କଟକଣା: ମାର୍ଚ୍ଚ ୧୨ ଯାଏଁ ବଡ଼ଧରଣର ସମାବେଶ ଉପରେ ରୋକ୍‌

ଓଏଲ୍‌ ବ୍ୟୁରୋ: ଚାଷୀ ଆନ୍ଦୋଳନକୁ ନଜରରେ ରଖି ଦିଲ୍ଲୀରେ ସମାବେଶ କଟକଣା ଜାରି କରାଯାଇଛି। ମାର୍ଚ୍ଚ ୧୨ ଯାଏଁ ଦିଲ୍ଲୀରେ ବଡ଼ଧରଣର ସମାବେଶ ଉପରେ ରୋକ୍‌ ଲଗାଯାଇଛି। ରାଜଧାନୀ ଭିତରକୁ ଟ୍ରାକ୍ଟର ପ୍ରବେଶ ମନା ବୋଲି ଦିଲ୍ଲୀ କମିଶନର କହିଛନ୍ତି। ପିସ୍ତଲ, ଜ୍ୱଳନଶୀଳ ପଦାର୍ଥ, ଅସ୍ତ୍ରଶସ୍ତ୍ର ଉପରେ ବି କଟକଣା ଜାରି ହୋଇଛି।

ଏହା ସହ ଇଟା, ପଥର, ପେଟ୍ରୋଲ ବୋମା, ସୋଡ଼ା ବୋତଲ ଉପରେ ନଜର ରହିବ। ମଙ୍ଗଳବାର ଠାରୁ ଚାଷୀଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି କଟକଣା ଲଗାଯାଇଥିବାବେଳେ ପ୍ରାୟ ୨୦ ହଜାର ଚାଷୀ ଦିଲ୍ଲୀକୁ ଆସିବାକୁ ଯୋଜନା କରୁଥିବା ସୂଚନା ରହିଥିଲା। ତେବେ ଏହି ପରିପ୍ରେକ୍ଷୀରେ କଟକଣ ଅକରାଯାଇଥିବା ଏକପ୍ରକାର ସ୍ପଷ୍ଟ ହୋଇଛି।

ସୂଚନା ଅନୁସାରେ, ଆସନ୍ତାକାଲି ଦିଲ୍ଲୀରେ ହଜାର ହଜାର କୃଷକ ବିକ୍ଷୋଭ ସାଙ୍ଗକୁ ଟ୍ରାକ୍ଟର ରାଲି କରିବା ନେଇ ସଜବାଜ ହେଉଥିଲେ। ପଞ୍ଜାବ ଓ ହରିୟାଣାର ୨୦୦ କୃଷକ ସଂଗଠନ ‘ଦିଲ୍ଲୀ ଚଲୋ’ ଡାକରା ଦେଇ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହୋଇଥିଲେ। ଏପରିକି ରାଜଧାନୀରେ ଟ୍ରାକ୍ଟର ରାଲି କରିବା ନେଇ ହରସେଲ୍ ମଧ୍ୟ କରିଥିଲେ।

ପାଖାପାଖି ୨୦,୦୦୦ରୁ ଅଧିକ କୃଷକ ଏକ ସମୟରେ ଆନ୍ଦୋଳନ କରିବାକୁ ଥିବାରୁ ପଞ୍ଜାବ, ହରିୟାଣା ଏବଂ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। କିଛି ସମୟ ପୂର୍ବରୁ ହରିୟାଣା ସରକାର ଦୁଇଟି ଷ୍ଟାଡିୟମରେ ଅସ୍ଥାୟୀ ଜେଲରେ ବ୍ୟବସ୍ଥା କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ କମିଶନର ରାଜଧାନୀରେ ବିଶାଳ ସମାବେଶ ଉପରେ ରୋକ୍ ଲଗାଇଛନ୍ତି।

Leave A Reply

Your email address will not be published.