Odisha Link
Bridging the Missing Links in Odisha

୫-ଟି ଅଧ୍ୟକ୍ଷଙ୍କ ବଡ଼ ଘୋଷଣା: ପ୍ରତିବର୍ଷ ଯୁକ୍ତ ୩ ଓ ପିଜି ପିଲାଙ୍କୁ ମିଳିବ ଛାତ୍ରବୃତ୍ତି

ଓଏଲ୍ ବ୍ୟୁରୋ: ଯାଜପୁର ଗସ୍ତରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ଯାଜପୁର ଗସ୍ତରେ ଯାଇ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଛାତ୍ରଛାତ୍ରୀଙ୍କୁ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଭବିଷ୍ୟତ ପାଇଁ ସଫଳତାର ଟିପ୍ସ ଦେଉଛନ୍ତି। ଏହି ଅବସରରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଏକ ବଡ଼ ଘୋଷଣା କରି କହିଛନ୍ତି, ପ୍ରତିବର୍ଷ ଯୁକ୍ତ ୩ ଓ ପିଜି ପିଲାଙ୍କୁ ମିଳିବ ଛାତ୍ରବୃତ୍ତି। ପାଖାପାଖି ସାଢେ ୪ ଲକ୍ଷ +୩ ପିଲା ଏହି ଛାତ୍ରବୃତ୍ତି ପାଇବେ।

ଏହା ସହ ପାଖାପାଖି ୩୫ ହଜାର ପିଜି ପିଲାଙ୍କୁ ଏହି ଛାତ୍ରବୃତ୍ତି ମିଳିବ। ଛାତ୍ରୀଙ୍କୁ ୧୦୦୦୦ ଏବଂ ଛାତ୍ରଙ୍କୁ ୯୦୦୦ ପ୍ରତିବର୍ଷ ଛାତ୍ରବୃତ୍ତି ମିଳିବ। ଚଳିତ ମାସ ୨୦ରୁ ୨୫ ତାରିଖ ଭିତରେ ଆକାଉଣ୍ଟକୁ ଟଙ୍କା ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ ନିଷ୍ପତିକୁ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ପ୍ରଶଂସା କରିଛନ୍ତି।

ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ମାସରେ ତିନିଆ ଦିନିଆ ଯାଜପୁର ଜିଲ୍ଲା ଗସ୍ତର ଥିଲେ ୫-ଟି ସଚିବ ଭି.କେ.ପାଣ୍ଡିଆନ। ଜନ ପ୍ରାୟ ୨୫ ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା। ଏହା ସହ ଫାଇଭ-ଟି ସଚିବ ସେବାୟତ ଓ ସାଧାରଣ ଲୋକଙ୍କ ସହିତ କଥା ହୋଇଥିଲେ। ପରେ ମିଶନ ଶକ୍ତି କାଫେରେ ପହଞ୍ଚି ମାଆମାନଙ୍କ ସହିତ ଆଲୋଚନା କରିଥିଲେ। ସ୍ଵୟଂ ସହାୟକ ଗୋଷ୍ଠୀ, କମ୍ୟୁନିଟି ଷ୍ଟାଫ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ୫-ଟି ସଚିବ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ।

Leave A Reply

Your email address will not be published.