Odisha Link
Bridging the Missing Links in Odisha

ଭାରତ ପରେ ନାସାର ମୁନ୍ ମିଶନ୍; ଦକ୍ଷିଣ ମେରୁରେ ପାଦ ଥାପିବାକୁ ଲକ୍ଷ୍ୟ

ଓଏଲ୍‌ ବ୍ୟୁରୋ: ଆମେରିକାର ସ୍ପେସ ଏଜେନ୍ସି ନାସା ନିଜର ମୁନ୍ ମିଶନ୍ କୁ ନେଇ ଏକ ବଡ଼ ଖୁଲାସା କରିଥିଲା। ଭାରତ(ଇସ୍ରୋ)ର ଚନ୍ଦ୍ରଯାନ-୩ ଜହ୍ନ ରାଇଜର ଦକ୍ଷିଣ ମେରୁରେ ପାଦ ଥାପିବା ସହ ଏକ ଇତିହାସ ସୃଷ୍ଟି କରିଛି। ପରେ ନାସାର ମୁନ୍ ମିଶନ୍ ଆରମ୍ଭ କରିବାକୁ ଯାଉଛି। ଆଜି ସନ୍ଧ୍ୟାରେ ନାସା ପକ୍ଷରୁ ମୁନ୍ ମିଶନ୍ ଆରମ୍ଭ ହେବ।

ଅନ୍ୟପଟେ, ସାରା ବିଶ୍ବ ଦେଖିଥିଲା ଭାରତର ପରାକ୍ରମ। ଦେଶର ଗଳିକନ୍ଦିରେ ଉତ୍ସବର ମାହୋଲ। ସବୁଠି ଖୁସି ଆଉ ଖୁସି। କାରଣ ଇତିହାସ ରଚିଛି ଇସ୍ରୋ। ଆଜି ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ କରିଛି ସଫ୍ଟ ଲ୍ୟାଣ୍ଡିଂ। ଏହି ସଫଳତା ପରେ ଭାରତର ଚନ୍ଦ୍ରଯାତ୍ରା ସ୍ୱପ୍ନ ସାକାର ହୋଇଛି। ଆଉ ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଛି ଭାରତ।

ରିପୋର୍ଟ ଅନୁସାରେ, ଚଳିତବର୍ଷ ଶେଷ ଆଡ଼କୁ ନାସା ଚନ୍ଦ୍ରପୃଷ୍ଠକୁ ମାନବ ପଠାଇବା ପାଇଁ ଯୋଜନା କରୁଥିଲା। କିନ୍ତୁ ଏହାକୁ ନେଇ ଏକ ବଡ଼ ଘୋଷଣା କରିଛି। ଅତି କମ୍ ରେ ୨୦୨୬ ପର୍ଯ୍ୟନ୍ତ ନାସାର ଏହି ମୁନ୍ ମିଶନ୍ ସ୍ତଗିତ ରହିଛି। ୨୦୨୬ ମସିହା ପୂର୍ବରୁ ଅନ୍ତରୀକ୍ଷ ଯାତ୍ରୀଙ୍କୁ ଚନ୍ଦ୍ରମାକୁ ପଠାଇବନି ଆମେରିକାର ସ୍ପେସ ଏଜେନ୍ସି ନାସା।

ଚଳିତବର୍ଷ ଚନ୍ଦ୍ରକୁ ୪ ଜଣ ଅନ୍ତରୀକ୍ଷ ଯାତ୍ରୀଙ୍କୁ ପଠାଇବା ପାଇଁ ନାସା ଜୋରଦାର ପ୍ରସ୍ତୁତି ଜାରି ରଖିଥିଲା। କିନ୍ତୁ ବର୍ତ୍ତମାନ ଏହି ମିଶନକୁ ସ୍ଥଗିତ ରଖିଛି ନାସା। ସ୍ପେସ ଏଜେନ୍ସିର ଜଣେ ଅଧିକାରୀ କହିଛନ୍ତି ଯେ, ଆର୍ଟେମିସ ୩ ମିଶନ୍, ଆପୋଲୋ କାର୍ଯ୍ୟକ୍ରମ ପରେ ପ୍ରଥମ ଥର ଚନ୍ଦ୍ରକୁ ମନୁଷ୍ୟ ପଠାଇବାର ଯୋଜନା କରାଯାଇଥିଲା। କିନ୍ତୁ ଏହି ଯୋଜନାରେ ନାସା ପରିବର୍ତ୍ତନ କରିବା ସହ ମିଶନକୁ ୨୦୨୬ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଘୋଷଣା କରିଥିଲା।