Odisha Link
Bridging the Missing Links in Odisha

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ବିଧାୟିକାଙ୍କ ଜୀବନ

ଓଏଲ୍‌ ବ୍ୟୁରୋ: ହାଇଦ୍ରାବାଦ ପାଟନଚେରୁଭ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ସଡ଼କ ଦୁର୍ଘଟଣାରେ ବିଆରଏସ ବିଧାୟିକା ଜି ଲସ୍ୟା ନନ୍ଦିତାଙ୍କ ମୃତ୍ୟୁ ହୋଇଛି। ହାଇଦ୍ରାବାଦ ପାଟନଚେରୁଭ ନିକଟରେ ଭାରସାମ୍ୟ ହରାଇ ଡିଭାଇଡରରେ ବିଧାୟିକାଙ୍କ ଗାଡ଼ି ପିଟି ହେବା ଦ୍ୱାରା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ବିଧାୟିକାଙ୍କ ମୃତ୍ୟୁ ହୋଇଥିବାବେଳେ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି। ତେବେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩୮ ବର୍ଷ ବୟସର ବିଧାୟିକା ଜି ଲସ୍ୟା ନନ୍ଦିତା ସିକନ୍ଦରାବାଦରୁ ପ୍ରତିନିଧିତ୍ୱ କରୁଥିଲେ।