Odisha Link
Bridging the Missing Links in Odisha

ଆଜିଠୁ ଆରମ୍ଭ ହେବ ନାଟମଣ୍ଡପ ମରାମତି; ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଛି ଏଏସ୍‌ଆଇ। ହେଲେ ନାଟମଣ୍ଡପ ମରାମତି ପୂର୍ବରୁ ମହାପ୍ରଭୁଙ୍କ ନୀତିରେ ବଡ଼ ବିଭ୍ରାଟ ଦେଖା ଦେଇଛି। ଶ୍ରୀମନ୍ଦିର ନୀତିକାନ୍ତି ଶୃଙ୍ଖଳିତ ନହେଲେ ନାଟମଣ୍ଡପ ମରାମତି କାର୍ଯ୍ୟ ପ୍ରଭାବିତ ହେବ। ତେବେ ଏହାକୁ ଶୃଙ୍ଖଳିତ କରିବା ପାଇଁ ଘନଘନ ବୈଠକ ବସୁଛି।

ଛତିଶାନିଯୋଗ ବୈଠକରେ ଏନେଇ ନୀତି ନିର୍ଘଣ୍ଟ ହୋଇଛି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ, ଆଜି ରାତି ୨ଟାରୁ ଶ୍ରୀମନ୍ଦିର ଦ୍ୱାର ଫିଟିଥିବାବେଳେ। ଆଜି ଦିନ ଗୋଟାଏରୁ ନାଟମଣ୍ଡପ ମରାପତି କାମ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ସୁଦ୍ଧା ଶେଷ ହେବ। ପୂର୍ବରୁ ନାଟମଣ୍ଡପର ଉପରି ଭାଗର ପଥର ଯୋଡ଼େଇ ଓ ସଫା କାମ କରାଯାଇଥିଲା। ଏବେ ଏଥିରେ ୪ଟି ଷ୍ଟେନଲେସ୍ ଷ୍ଟିଲ ବିମ୍ ଲଗାଯିବ। ଏଥିପାଇଁ ଡିଜାଇନ ଚୂଡ଼ାନ୍ତ ହେବା ସହ ଅନୁମତି ମଧ୍ୟ ମିଳିସାରିଛି। ସେହିପରି ମାସକୁ ଥରେ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଦିବ୍ୟାଙ୍ଗ ବୋଲି ସୂଚନା ରହିଛି।

ଆଜିଠୁ ମରାମତି କାର୍ଯ୍ୟ ଆରମ୍ଭ କରି ମାର୍ଚ୍ଚ ୧୯ ତାରିଖ ଭବିତରେ କାମ ସାରିବାକୁ ଏଏସ୍‌ଆଇକୁ ନିର୍ଦ୍ଦେଶ ଦିଆଯାିଛି। ସେହିପରି ଭକ୍ତଙ୍କ ଦର୍ଶନ ନିମନ୍ତେ ସ୍ବତନ୍ତ୍ର ନୀତିକାନ୍ତି ନିର୍ଘଣ୍ଟ ହୋଇଛି। ରାତି ୨ରୁ ଦ୍ବାରଫିଟା ହୋଇ ଦିବା ୧ ଘଟିକା ସୁଦ୍ଧା ଭଅଣ୍ଡ ଉଠି ବରାଦି ମହାପ୍ରସାଦ ବାହାରିବ। ଯେଉଁଦିନ ଶ୍ରୀଜିଉଙ୍କ ବିଶେଷ ନୀତି ରହିବ, ସେଦିନ ମରାମତି କାମକୁ ସାମାନ୍ୟ ସଙ୍କୁଚିତ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.