Odisha Link
Bridging the Missing Links in Odisha

କାଳିଆ ଯୋଜନା ବଢ଼ିଲା ଆଉ ୩ ବର୍ଷ, କ୍ୟାବିନେଟରେ ଆଉ କେଉଁ ପ୍ରସ୍ତାବରେ ବାଜିଲା ମୋହର ଜାଣନ୍ତୁ

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ନିଆଗଲା ବଡ଼ ନିଷ୍ପତ୍ତି। ମୋଟ ୧୬ଟି ପ୍ରସ୍ତାବରେ ବାଜିଛି ମୋହର। କାଳିଆ ଯୋଜନାରେ ଚାଷୀମାନଙ୍କୁ ସହାୟତା ଆଗାମୀ ୩ ବର୍ଷ ପାଇଁ ବଢ଼ାଇଲେ ରାଜ୍ୟ ସରକାର। ଚାଷୀମାନଙ୍କୁ କାଳିଆ ଯୋଜନାରେ ୨୦୨୬-୨୭ ଯାଏଁ ସହାୟତା ରାଶି ମିଳିବ। ଏହି ଯୋଜନା ୩ ବର୍ଷ ବଢ଼ିବା ପରେ ରାଜ୍ୟ ସରକାର ୬୦୨୯.୭୦ କୋଟି ଟଙ୍କା ଖର୍ଚ୍ଚ କରିବେ। ରାଜ୍ୟ ସରକାର କାଳିଆ ସହାୟତା ପ୍ରଦାନ କଟକଣାକୁ କୋହଳ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧ ଓ ସେପ୍ଟେମ୍ବର ୧ ତାରିଖ ବଦଳରେ ଏଣିକି କୌଣସି ସମୟରେ ସହାୟତା ମିଳିବ। ଅର୍ଥାତ ଚାଷୀମାନଙ୍କ ଆବଶ୍ୟକତା ଦେଖି ରାଜ୍ୟ ସରକାର ସହାୟତା ରାଶି ପ୍ରଦାନ କରିବେ।

ସେହିପରି ୧୭୮୯ ଜଣ ଶିକ୍ଷକଙ୍କୁ ୭ମ ବେତନ କମିଶନ ଦରମା ମିଳିବ। ୨୦୧୪ର ଅନୁଦାନପ୍ରାପ୍ତ ଶିକ୍ଷକ, କର୍ମଚାରୀଙ୍କ ଦରମା ମଧ୍ୟ ବଢ଼ିବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।ବର୍ଦ୍ଦିତ ଦରମା ପାଇଁ ରାଜ୍ୟ ରାଜକୋଷରୁ ୨୭.୩୭ କୋଟି ଟଙ୍କା ଅତିରିକ୍ତ ବ୍ୟୟ ହେବ।

ସେହିପରି ପଦୋନ୍ନତି ପାଇବେ ପିଇଓ। ପଞ୍ଚାୟତରେ କାର୍ଯ୍ୟରତ ପିଇଓ ଓ ଭିଏଲ୍‌ଡବ୍ଲୁଙ୍କ ପଦୋନ୍ନତି ହେବ। ଯୋଗ୍ୟତା ଯୁକ୍ତ ୩କୁ ବୃଦ୍ଧି ସହ ପଦୋନ୍ନତି ବ୍ୟବସ୍ଥା ଲାଗୁ ନିଷ୍ପତ୍ତି। ନିୟମିତ ୮ ବର୍ଷ ଚାକିରି କରୁଥିଲେ ପାଇବେ ପଦୋନ୍ନତି ବୋଲି କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.