ବାରବାଟୀ ଷ୍ଟାଡିୟମକୁ ମିଳିବ ବିଶ୍ବସ୍ତରୀୟ ମାନ୍ୟତା; ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ଖେଳ ଏବଂ ଖେଳାଳିଙ୍କୁ ପ୍ରାଧାନ୍ୟ ଦେଉଛନ୍ତି ରାଜ୍ୟ ସରକାର। ସେଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଖେଳପଡିଆକୁ ପ୍ରସ୍ତୁତ କରାଗଲାଣି। ସେହିଭଳି ଆଗାମୀ ତିନି ବର୍ଷ ମଧ୍ୟରେ ଐତିହାସିକ ବାରବାଟୀ ଷ୍ଟାଡିୟମକୁ ବିଶ୍ବସ୍ତରୀୟ କ୍ରିକେଟ ଷ୍ଟାଡିୟମର ମାନ୍ୟତା ଦେବା ପାଇଁ ରାଜ୍ୟସରକାର ତତ୍ପରତା ଦେଖାଇଛନ୍ତି। ଏହି ଅବସରରେ ବାରବାଟୀ ଷ୍ଟାଡିୟମରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଷ୍ଟାଡିୟମ ନବୀକରଣ ପ୍ରକଳ୍ପର ସମୀକ୍ଷା କରିଥିଲେ। ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ ଓସିଏ ସମ୍ପାଦକ ସଂଜୟ ବେହେରା, କ୍ରୀଡା ସଚିବ ଭିନିଲ କ୍ରୀଷ୍ଣା ଷ୍ଟାଡିୟମ ବୁଲି ଦେଖିଥିଲେ।
ଏହା ପରେ ଏକ ବଡ ନିଷ୍ପତି ନିଆଯାଇଥିବା ଓସିଏ ସମ୍ପାଦକ ସଂଜୟ ବେହେରା କହିଥିଲେ। ନବୀକରଣ ପ୍ରକଳ୍ପ ଅଧିନରେ ବାରବାଟୀର ପୁରୁଣା ଗ୍ୟାଲେରୀ ସବୁ ଭଙ୍ଗା ହୋଇ ନୂଆ ହେବ। ପରେ ପୁରା ଷ୍ଟାଡିୟମରେ ଦର୍ଶକ ପାଇଁ ୬୦ ହଜାର ନୂଆ ଚେୟାର ଲାଗିବ ବୋଲି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଏଥିପାଇଁ ୬୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ଏନେଇ ପିଚ ଉପରେ ପାଣ୍ଡିଆନ ରଣଜୀ ଖେଳାଳି ଓ ଗ୍ରାଉଣ୍ଡ ଷ୍ଟାଫଙ୍କ ସହ ଆଲୋଚନା କରିଥିଲେ। ଆଜି ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ପରେ ତିନି ବର୍ଷ ମଧ୍ଯରେ ଷ୍ଟାଡିୟମ କାମ ଶେଷ ହେବ। ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ହେବ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।