Odisha Link
Bridging the Missing Links in Odisha

ନୂଆ ରୂପ ପାଇବ ବାରବାଟୀ, ନବକଳେବର ମୂଳଦୁଆ ପକାଇଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଓଡ଼ିଶା କ୍ରିକେଟ ଇତିହାସରେ ଯୋଡ଼ିହେଲା ନୂଆ ଅଧ୍ୟାୟ। ଐତିହାସିକ ବାରବାଟୀ ଷ୍ଟାଡିୟମର ହେବ ନବକଳେବର। ଏଥିପାଇଁ ଆଜି ମୂଳଦୁଆ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ବାରବାଟୀ ଷ୍ଟାଡିୟମର ପୁନଃନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଷ୍ଟାଡିୟମର ଐତିହ୍ୟ ବହନ କରୁଥିବା ସମସ୍ତ କୀର୍ତ୍ତିରାଜିକୁ ଅକ୍ଷୁଣ୍ଣ ରଖାଯାଇ ଏହାର ନବୀକରଣ କାର୍ଯ୍ୟ କରାଯିବ।ଏଠାରେ ଏକ ନୂଆ ଓ ଅତ୍ୟାଧୁନିକ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ କରାଯିବ।ଯେଉଠାରେ ଖେଳାଳିଙ୍କ ପାଇଁ ରହିବ ସମସ୍ତ ଅତ୍ଯାଧୁନିକ ସୁବିଧା।ଆଜି ବାରବାଟୀ ନବୀକରଣ ସହ ରାଜ୍ଯର ବିଭିନ୍ନ ସ୍ଥାନରେ କ୍ରିକେଟ ଷ୍ଟାଡିୟମ ଓ କ୍ରିକେଟ ଏକାଡେମୀର ଶୁଭ ଉଦଘାଟନ କରିଛନ୍ତି ମୁଖ୍ଯମନ୍ତ୍ରୀ। ଏହା ରାଜ୍ଯରେ କ୍ରୀଡା କ୍ଷେତ୍ରରେ ଖେଳାଳିଙ୍କ କ୍ଯାରିୟର ଗଠନ ପାଇଁ ଏକ ସୁଯୋଗ ସୃଷ୍ଟି କରିବ ବୋଲି କହିଛନ୍ତି ମୁଖ୍ଯମନ୍ତ୍ରୀ।

ଏହି ଅବସରରେ ବ୍ରହ୍ମପୁରରେ ଥିବା କ୍ରିକେଟ ଷ୍ଟାଡିୟମକୁ ମହାତ୍ମା ଗାନ୍ଧିଙ୍କ ନାମରେ ନାମିତ କରିବାକୁ ଘୋଷଣା କରିଛନ୍ତି ମୁଖ୍ଯମନ୍ତ୍ରୀ। ଶୀତଳାପଲ୍ଲୀ ସ୍ପୋର୍ଟସ କମ୍ପ୍ଲେକ୍ସ, ପୁରୀରେ ଶ୍ରୀଜଗନ୍ନାଥ କ୍ରିକେଟ ଏକାଡେମୀ ଓ କ୍ରିକେଟ ଷ୍ଟାଡିୟମ ନିର୍ମାଣ କରାଯାଇଛି। ଓସିଏ ଦ୍ବାରା ବିକଶିତ ଓଡ଼ିଶାର ୪୨ଟି କ୍ରିକେଟ ଏକାଡେମୀ ଉଦଘାଟନ କରିଛନ୍ତି ମୁଖ୍ଯମନ୍ତ୍ରୀ। ଗଞ୍ଜାମ ଭାରୋତ୍ତଳନ ଏକାଡେମୀ ସହ ୨ଶହ ବେଡ ବିଶିଷ୍ଟ ହଷ୍ଟେଲର ଶୁଭ ଉଦଘାଟନ କରିଛନ୍ତି ମୁଖ୍ଯମନ୍ତ୍ରୀ। ଏହି ଉଦଘାଟନୀ ଅବସରରେ ବାରବାଟୀରେ ଏହ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।

ଭିଏସଏସ କ୍ରିକେଟ ଷ୍ଟାଡିୟମ, ସମ୍ବଲପୁରର ପୁନଃବିକାଶ, ସ୍ପୋର୍ଟ୍ସ କମ୍ପେ୍ଲକ୍ସ ବରଗଡ଼, ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଢ଼େଙ୍କାନାଳ ଏବଂ ସ୍ପୋର୍ଟ୍ସ ଏକାଡେମୀ ଯାଜପୁର ଭଳି କ୍ରୀଡ଼ା ଭିତ୍ତିଭୂମୀର ଭିତିପ୍ରସ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ। ବାରବାଟୀ ଷ୍ଟାଡିୟମରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ଅଧ୍ୟକ୍ଷ, ଓସିଏ ସଭାପତି, ଫାଓ ସମ୍ପାଦକ ପ୍ରମୁଖ ସାମିଲ ହୋଇଥିଲେ।ସେହିପରି ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ, ପଜ୍ଞାନ ଓଝାଙ୍କୁ ମଧ୍ୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.