ଭୁବନେଶ୍ୱରରେ ବିଲ୍ ଗେଟ୍ସ; ବସ୍ତି ବାସିନ୍ଦାଙ୍କ ସହ କଲେ ଆଲୋଚନା

ଓଏଲ୍ ବ୍ୟୁରୋ: ଭୁବନେଶ୍ୱରରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ। ଭୁବନେଶ୍ୱର ମାଆ ମଙ୍ଗଳା ବସ୍ତିରେ ବିଲ୍ ଗେଟ୍ସ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ବିଲ୍ ଗେଟ୍ସ ଫାଉଣ୍ଡେସନର ସହଯୋଗରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ଜାରି। ଘରକୁ ଘର ଯାଇ ବସ୍ତି ବାସିନ୍ଦାଙ୍କ ଆଲୋଚନା କରି ଲୋକଙ୍କ ଜୀବନଶୈଳୀ ପଚାରିବୁଝିଲେ।
ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝୁଛନ୍ତି ବିଲ୍ ଗେଟ୍ସ। ଏହା ସହ କୃଷି ଭବନ ଯିବେ। କୃଷି ଏବଂ କୃଷକଙ୍କ ପ୍ରାଧାନ୍ୟ ଦେବା ସହ ଉନ୍ନତି ଆଣିବା ପାଇଁ ନୂତନ ପଦକ୍ଷେପ ନିଆଯାଉଛି। ୨୦୧୭ରେ ମେଲିଣ୍ଡା ଫାଉଣ୍ଡେସନ ସହ ଚୁକ୍ତି ହୋଇଥିଲା। କୃଷିରେ ଉନ୍ନତି ପାଇଁ ରାଜ୍ୟ ସରକାର ଚୁକ୍ତି କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଚୁକ୍ତି ହୋଇଥିଲା।